ସାମ୍ନାକୁ ଆସିଲା ପରିଣୀତି ଓ ରାଘବଙ୍କ ବାହାଘର କାର୍ଡ, ଦିନରେ ବିବାହ; ରାତିରେ ରିସେପ୍ସନ

ସାମ୍ନାକୁ ଆସିଲା ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କ ବାହାଘର କାର୍ଡ। ଏବେ ଅଫିସିଆଲି ଭାବେ ଉଭୟଙ୍କ ବିବାହର ତାରିଖ ଘୋଷଣା ହୋଇଛି। କପଲ୍‌ ଆସନ୍ତା ସେପ୍ଟେମ୍ବର ୨୪ରେ ପଞ୍ଜାବୀ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହେବେ।

ସାମ୍ନାକୁ ଆସିଲା ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କ ବାହାଘର କାର୍ଡ। ଏବେ ଅଫିସିଆଲି ଭାବେ ଉଭୟଙ୍କ ବିବାହର ତାରିଖ ଘୋଷଣା ହୋଇଛି। କପଲ୍‌ ଆସନ୍ତା ସେପ୍ଟେମ୍ବର ୨୪ରେ ପଞ୍ଜାବୀ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହେବେ। ରାଘବ ଓ ପରିଣୀତିଙ୍କ ବିବାହର ସମସ୍ତ କାର୍ଯ୍ୟକ୍ରମ ଉଦୟପୁରର ହୋଟେଲ ଲୀଲା ଏବଂ ତାଜ ଲେକ୍‌ ପ୍ୟାଲେସ୍‌ରେ ହେବ।

କେଉଁ ସମୟରେ କେଉଁ ରୀତିନୀତି

ଚୁଡ଼ା ସେରିମନି: ସେପ୍ଟେମ୍ବର ୨୩, ସକାଳ ୧୦ଟା

ସଙ୍ଗୀତ: ସେପ୍ଟେମ୍ବର ୨୩, ସନ୍ଧ୍ୟା ୭ଟା

ଜୟମାଲା: ସେପ୍ଟେମ୍ବର ୨୪, ଅପରାହ୍ନ ୩ଟା ୩୦

ଫେରା: ସେପ୍ଟେମ୍ବର ୨୪, ଅପରାହ୍ନ ୪ଟା

ବିଦାଇ: ସେପ୍ଟେମ୍ବର ୨୪, ସନ୍ଧ୍ୟା ୬ଟା ୩୦

ରିସେପ୍ସନ: ସେପ୍ଟେମ୍ବର ୨୪, ରାତି ୮ଟା ୩୦

ଏହି ସମାରୋହରେ ଅନେକ ବଡ଼ ବଡ଼ ଅତିଥି ସାମିଲ ହେବେ। ସେହି ଅନୁସାରେ ବୁକିଂ କରାଯାଇଛି। କହି ରଖୁଛୁ, ଗତ କିଛି ସପ୍ତାହ ତଳେ ପରିଣୀତି ଚୋପ୍ରା ଉଦୟପୁର ଆସିଥିଲେ ଏବଂ ଏଠାରେ ବିବାହ ଉତ୍ସବ ପାଇଁ ସ୍ଥାନ ଭିଜିଟ୍‌ କରିଥିଲେ। ଏଠାକାର ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ଦୁହେଁ ଭେଟିଥିଲେ ଏବଂ ଉଦୟପୁର ବିଷୟରେ ଅବଗତ ହୋଇଥିଲେ। ପରିଣୀତି ଜୟପୁର ମଧ୍ୟ ଯାଇଥିଲେ ଏବଂ ସେଠାରେ ବି ବିବାହ ଇଭେଣ୍ଟ୍‌ ପାଇଁ ସ୍ଥାନ ପରିଦର୍ଶନ କରିଥିଲେ। ପରିଣୀତି ଓ ରାଘବଙ୍କ ବିବାହ ପାଇଁ ଉଦୟପୁରରେ ଷ୍ଟାର୍‌ ହୋଟେଲ୍‌ ବୁକ୍‌ କରାଯାଇଛି।

Leave A Reply

Your email address will not be published.