ସୁଶାନ୍ତଙ୍କର ଏକ ଝଲକ ପାଇଁ ଉତ୍ସାହିତ ହୋଇପଡ଼ିଥିଲେ ଫ୍ୟାନ୍‌, ଭାଇରାଲ ହେଉଛି ‘ଦିଲ୍‌ ବେଚାରା’ ସୁଟିଂ ସେଟ୍‌ର ଭିଡିଓ

ସୁଶାନ୍ତ ସିଂହ ରାଜପୁତ ଆମ ଗହଣରେ ନଥିଲେ ମଧ୍ୟ ଫ୍ୟାନ୍‌ଙ୍କ ମନରେ ସେ ସବୁଦିନ ପାଇଁ ରହିଥିବେ। ଖୁବ୍‌ କମ୍‌ ସମୟ ମଧ୍ୟରେ ସୁଶାନ୍ତ ନିଜର ଏକ ଭିନ୍ନ ଫ୍ୟାନ୍‌ ଫଲୋୟର୍ସ ତିଆରି କରିଥିଲେ। ଏହି କାରଣରୁ ସୁଶାନ୍ତଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ସମସ୍ତେ ଝୁରୁଛନ୍ତି। ସୁଶାନ୍ତଙ୍କ ସ୍ମୃତିରେ ଫ୍ୟାନ୍‌ମାନେ ତାଙ୍କ ଫଟୋ ଓ ଭିଡିଓକୁ ନିୟମିତ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଏବେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Sushant Singh Rajput Googled His Name Before Hanging Himself ...

ରିପୋର୍ଟ ମୁତାବକ ଭିଡିଓଟି ଦିଲ ବେଚାରା ସୁଟିଂ ସେଟ୍‌ର। ଫିଲ୍ମର ଶେଷ ଦିନରେ ସୁଶାନ୍ତ ସୁଟିଂ ସାରି ଫେରିବା ବେଳକୁ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମା ହୋଇଥିଲା। ଭିଡିଓରେ ସୁଶାନ୍ତ ବେଶ୍‌ ଖୁସି ଥିବା ଦେଖାଯାଇଛି। ଫ୍ୟାନ୍‌ମାନେ ମଧ୍ୟ ସୁଶାନ୍ତ ସୁଶାନ୍ତ ଚିଲ୍ଲାଉଥିବା ନଜର ଆସିଛି। ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓରେ ସୁଶାନ୍ତଙ୍କ ସହ ଫିଲ୍ମ ଦିଲ ବେଚାରାର ନିର୍ଦ୍ଦେଶକ ମୁକେଶ ଛାବଡ଼ା ମଧ୍ୟ ନଜର ଆସିଛନ୍ତି। ଫ୍ୟାନ୍‌ମାନେ ସୁଶାନ୍ତଙ୍କର ଏକ ଝଲକ ପାଇବାକୁ ଉତ୍ସାହିତ ଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ ଜୁନ୍‌ ୨୪ ତାରିଖ ଦିନ ସୁଶାନ୍ତ ସିଂହ ରାଜପୁତ ନିଜ ବାସଭବନରେ ସୁଇସାଇଡ୍‌ କରିଥିଲେ। ତାଙ୍କ ମୃତ୍ୟୁକୁ ଫ୍ୟାନ୍‌ମାନେ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କହୁଥିବା ବେଳେ ପୋଷ୍ଟମର୍ଟମ୍‌ ରିପୋର୍ଟରେ ଏହା ଆତ୍ମହତ୍ୟା ଆସିଛି। ତେବେ ଅବସାଦରୁ ସୁଶାନ୍ତ ଏତେ ବଡ଼ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.