Below header

ପାରିବାରିକ କଳହର ଉଗ୍ର ରୂପ: ସ୍ତ୍ରୀ ପେଟରେ ଛୁରୀ ମାରିବା ପରେ ନିଜକୁ ଛୁରୀ ମାରିଛି ସ୍ୱାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଯାଜପୁର ରୋଡ : ଯାଜପୁର ଜିଲ୍ଲା ପାଣିକୋଇଲିର ବଢେଇଟିର ଗାଁରେ ଅଭାବନୀୟ ଘଟଣା। ପାରିବାରିକ କଳହରୁ ସ୍ତ୍ରୀ ପେଟରେ ଛୁରୀ ମାରିବା ପରେ ନିଜକୁ ଛୁରୀ ମାରିଛି ସ୍ୱାମୀ। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଯାଜପୁର ରୋଡ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସ୍ୱାମୀଙ୍କ ନାଁ ଲକ୍ଷ୍ମୀଧର ମାଝୀ ଓ ସ୍ତ୍ରୀଙ୍କ ନାଁ ନୟନା ମାଝୀ ବୋଲି ଜଣାପଡ଼ିଛି। ଉଭୟଙ୍କ ମଧ୍ୟରେ ପୂର୍ବରୁ ବାରମ୍ବାର କଳହ ଲାଗୁଥିଲା। ତେବେ ଏହା ଉଗ୍ରରୂପ ଧାରଣ କରିବା ପରେ ଲକ୍ଷ୍ମୀଧର ଘର କବାଟ ବନ୍ଦ କରି ନୟନୀଙ୍କ ଉପରେ ଆକ୍ରମଣ କରିଥିଲା। ସେପଟେ ତାଙ୍କ ବାପାଙ୍କ ମାନସିକ ଅବସ୍ଥା ଭଲ ନଥିବା ତାଙ୍କ ଝିଅ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.