ଜାଣନ୍ତୁ କ’ଣ ରହିଛି ନିରାକାର ରୂପ ଶିବଲିଙ୍ଗର ରହସ୍ୟ

ଭଗବାନ ଶିବ ବ୍ରହ୍ମାଙ୍କ ରୂପ କାରଣରୁ ନିରାକାର। ଏହାର ନା କୌଣସି ସ୍ବରୂପ ଅଛି ନା ଆକାର। ଏହା ସ୍ବୟଂ ନିରାକାର। ଆଦି ଏବଂ ଅନ୍ତ ନହେବା କାରଣରୁ ଶିବଲିଙ୍ଗକୁ ଭଗବାନ ଶଙ୍କରଙ୍କର ନିରାକାର ରୂପ କୁହାଯାଇଥାଏ। କାରଣ ସାକାର ରୂପେ ତାଙ୍କୁ ଶଙ୍କର ମାନି ପୂଜା କରାଯାଇଥାଏ। କେବଳ ଭଗବାନ ଶିବ ହିଁ ନିରାକାର ଶିବଲିଙ୍ଗ ରୂପେ ପୂଜା ପାଇଥାନ୍ତି। ଲିଙ୍ଗ ରୂପରେ ମସସ୍ତ ବ୍ରହ୍ମାଣ୍ଡର ପୂଜା କରାଯାଇଥାଏ। କାରଣ ଭଗବାନ ଶିବ ବିଶ୍ବ ବ୍ରହ୍ମାଣ୍ଡର ମୂଳ କାରଣ। ଏହିକାରଣରୁ ଶିବମୂର୍ତ୍ତି ଏବଂ ଲିଙ୍ଗ ଦୁଇଟି ରୂପେ ପୂଜା ପାଇଥାଏ। ଏହି ସମସ୍ତ ସୃଷ୍ଟି ବିନ୍ଦୁ-ନାଦ ସ୍ବରୂପ। ବିନ୍ଦୁ ଶକ୍ତି ଏବଂ ନାଦ ଶିବ। ବେଦ ଏବଂ ବେଦାନ୍ତରେ ଲିଙ୍ଗ ଶଦ୍ଧ ସୂକ୍ଷ୍ମ ଶରୀର ପାଇଁ ପୂଜା କରାଯାଇଥାାଏ। ଏହି ସୂକ୍ଷ୍ମ ଶରୀର ୧୭ଟି ତତ୍ତ୍ବରେ ନିର୍ମିତ ହୋଇଥାଏ। ମନ, ବୁଦ୍ଧି, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମନ୍ଦ୍ରିୟ ଏବଂ ପଞ୍ଚ ବାୟୁ।

sibବାୟୁ ପୁରାଣ ଅନୁଯାୟୀ ପ୍ରଳୟ କାଳରେ ସମସ୍ତ ସୃଷ୍ଟି ଯେଉଁଥିରେ ଲୀନ ହୋଇଥାଏ ଏବଂ ପୁନଃ ସୃଷ୍ଟି କାଳରେ ଯାହାଦ୍ବାରା ପ୍ରକଟ ହୋଇଥାଏ ତାହାକୁ ଲିଙ୍ଗ କୁହାଯାଇଥାଏ। ଏହି ପ୍ରକାର ବିଶ୍ବର ସମ୍ପୂର୍ଣ୍ଣ ଶକ୍ତି ହିଁ ଲିଙ୍ଗର ପ୍ରତୀକ। ପୌରାଣିକ ଦୃଷ୍ଟି କୋଣରୁ ଲିଙ୍ଗର ମୂଳରେ ବ୍ରହ୍ମା, ମଧ୍ଯରେ ବିଷ୍ଣୁ ଏବଂ ଉପରେ ମହାଦେବ ଉପସ୍ଥିତ। କେବଳ ଲିଙ୍ଗ ପୂଜା କରିବା ଦ୍ବାରା ର୍ହି ସମସ୍ତ ଦେବା-ଦେବୀଙ୍କ ପୂଜା ହୋଇଥାଏ। ଏହାବ୍ଯତୀତ ଶିବ ଏବଂ ଶକ୍ତିଙ୍କର ପୂର୍ଣ୍ଣ ସ୍ବରୂପ ହେଉଛି ଶିବଲିଙ୍ଗ।

shiv lingଶିବଲିଙ୍ଗର ଅର୍ଥ ହେଉଛି, ମହାଦେବଙ୍କ ଆଦି-ଅନାଦି ସ୍ବରୂପ ଶୂନ୍ଯ, ଆକାଶ, ଅନନ୍ତ ବ୍ରହ୍ମାଣ୍ଡ ଏବଂ ନିରାକାର ପରମପୁରୁଷର ପ୍ରତୀକ। ସ୍କନ୍ଦ ପୁରାଣ ଅନୁଯାୟୀ, ଆକାଶ ସ୍ବୟଂ ଲିଙ୍ଗ। ଧରିତ୍ରୀ ଏହାର ଆଧାର ଏବଂ ଅନନ୍ତ ଶୂନ୍ଯରୁ ଜନ୍ମ। ସେଠାରେ ହିଁ ଲୟ ହେବାର କାରଣ ଏହାକୁ ଲିଙ୍ଗ କୁହାଯାଏ। ଶିବପୁରାଣ ଅନୁଯାୟୀ ଶିବଲିଙ୍ଗ ପୂଜା କରି ଯେଉଁ ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଚାହିଁଥାନ୍ତି ସେମାସେନ ପ୍ରାତଃ କାଳରୁ ଆରମ୍ଭ କରି ଅପରାହ୍ନ ପୂର୍ବରୁ ପୂଜା କରିବା ଉଚିତ। ଏପରି ପୂଜା କରିବା ଦ୍ବାରା ମନୁଷ୍ଯକୁ ମୋକ୍ଷ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.