ଅନୁଭବଙ୍କ ଚିଠିର ଜବାବ ରଖିଲେ ବର୍ଷା, କହିଲେ ମୋତେ କନ୍ଦାଉଛ କାହିଁକି ?

ନିକଟରେ ଅନୁଭବ ବର୍ଷାଙ୍କୁ ଏକ ଲମ୍ବା ଚିଠି ଜରିଆରେ ନିଜର ମନକଥା କହିଥିଲେ । ତେବେ ଅନୁଭବ ଯେଉଁ ଚିଠି ଲେଖିଥିଲେ ତାର ଉତ୍ତର ମଧ୍ୟ ବର୍ଷା ରଖିଛନ୍ତି । ସେ ଲେଖିଛନ୍ତି, ମୋ’ ଜୀବନ ସହ ତୁମେ ବହୁତ ଖେଳିଛି। ମୋ ଜୀବନକୁ ତମେ ନର୍କ କରିଛ। ତୁମ ପରକୀୟା ପ୍ରୀତି, ଅଭ୍ୟାସଗତ ମଦ୍ୟପାନ ମୋ ଜୀବନକୁ ଛାରଖାର କରିଛି। ମୁଁ ବହୁତ ସହିଲିଣି। ମୁଁ କେବେ ବି ତମଠାରୁ ଅଲଗା ହେବାକୁ କଳ୍ପନା କରି ନଥିଲି। କିନ୍ତୁ ତମେ ଭୋଗବିଳାସପୂର୍ଣ୍ଣ ଜୀବନ ଓ ଖରାପ ଗୁଣ ଯୋଗୁଁ ମୋଠାରୁ ଦୂରେଇ ଯିବାକୁ ଚାହୁଁଛ। ଯଦି ମୋଠାରୁ ଅଲଗା ରହିବାକୁ ଚାହୁଁଛ,ମୋ ପାଖକୁ ଆସି କଥାବାର୍ତ୍ତା କର। ମୋତେ ଏଡାଇ ଗଲେ କିଛି ଲାଭ ହେବ ନାହିଁ । ତୁମେ ଲୋକଙ୍କ ସେବା କଥା କହୁଛ, ଘରୁ ତାହା କରି ଦେଖାଅ । ଯଦି ଶାରୀରିକ ସଂପର୍କ ରଖିବାକୁ ଏତେ ବ୍ୟଗ୍ର, ତେବେ ମୋତେ ଏତେ କନ୍ଦାଉଛ କାହିଁକିଁ ? କେବଳ ପରକୀୟା ପ୍ରୀତି ପାଇଁ ମୋଠାରୁ ଦୂରେଇ ଯାଇଛ ବୋଲି ଚିଠିରେ ଅନୁଭବଙ୍କୁ ଜବାବ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

 

Leave A Reply

Your email address will not be published.