Below header

କମେଡିଆନ୍‌ ସୁନିଲ୍‌ ଗ୍ରୋଭର ‘ଲୋହରି’ରେ କାହିଁକି ଜଳାଇଲେ ଦିଆସିଲି କାଠି? ଫ୍ୟାନ୍‌ମାନେ କ’ଣ କହିଲେ, ଦେଖନ୍ତୁ ଭିଡିଓ

କମେଡିଆନ୍‌ ତଥା ଅଭିନେତା ସୁନିଲ୍‌ ଗ୍ରୋଭର ଫ୍ୟାନ୍‌ମାନଙ୍କୁ ବଡ଼ ଖାସ୍‌ ଅନ୍ଦାଜରେ ‘ହାପି ଲୋହରି’ ଓ୍ଵିଶ୍‌ କରିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇଯାଇଛି। ୧୩ ଜାନୁୟାରୀରେ ସୁନିଲ୍‌ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଲେଖିଥିଲେ, ‘ନିଅାଁ ଅଧିକ ହେଉ କିମ୍ବା କମ୍‌, ସମସ୍ତଙ୍କୁ ହାପି ଲୋହରି!!! ଶେଷରେ ମୁମ୍ବାଇରେ ମୋ ସାଙ୍ଗମାନଙ୍କ ସହ ଲୋହରିର ଜବରଦସ୍ତ ସେଲିବ୍ରେଶନ ହେଲା। ଏଠାକୁ ଆସନ୍ତୁ ଏବଂ ଯୋଗ ଦିଅନ୍ତୁ। Burrahh’!

loo

ଭିଡିଓରେ ସୁନିଲ୍‌ ଦିଆସିଲି କାଠିଗୁଡ଼ିକୁ ଏକାଠି କରି ସେଥିରେ ନିଅାଁ ଲଗାଉଥିବାର ନଜର ଆସୁଛନ୍ତି। ଏହାସହିତ ଫ୍ୟାନ୍‌ମାନଙ୍କୁ ଗୀତ(ମୁନ୍ଦରି) ଗାଇ ଲୋହରିର ଶୁଭକାମନା ଜଣାଉଛନ୍ତି। ତାଙ୍କର ଏହି ଭିଡିଓକୁ ଏ ପଯ୍ୟର୍ନ୍ତ ୫ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଫ୍ୟାନ୍ସ କହିଲେ କ୍ରିଏଟିଭ୍‌ ଲୋହରି

ସୁନିଲ୍‌ ଗ୍ରୋଭରଙ୍କ ପୋଷ୍ଟରେ ୮୦୦ରୁ ଅଧିକ ୟୁଜର ପ୍ରତିକ୍ରିୟା ଦେଇଛନ୍ତି। ଅଧିକାଂଶ ଫ୍ୟାନ୍‌ ତାଙ୍କୁ ଲୋହରିର ଶୁଭାକାମନା ଜଣାଇଛନ୍ତି ଏବଂ ପଚାରିଛନ୍ତି, ‘ଏମିତି କିଏ ଲୋହରି ପାଳନ କରିଥାଏ’? କିନ୍ତୁ କିଛିଜଣ ଏହାକୁ କ୍ରିଏଟିଭିଟି ଉପାୟ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.