Below header

ସ୍ନାତ୍ତକଙ୍କୁ ମିଳିବ ୩୫ ହଜାରରୁ ଅଧିକ ଦରମା, ଜଲଦି କରନ୍ତୁ ଆବେଦନ

RBI ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଅନେକ ପଦବୀରେ ନିୟୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ମୁତାବକ ଆସିଷ୍ଟାଣ୍ଡ ପଦବୀରେ ୯୨୬ଟି ପଦବୀରେ ନିଯୁକ୍ତି ପାଇଁ ପଦବୀ ଖାଲି ରହିଛି। ଆବେଦନକାରୀଙ୍କ ପାଇଁ ଶେଷ ଦିନ ଆସନ୍ତା କାଲି ବା ୧୬ ଜାନୁଆରୀ ନିର୍ଦ୍ଧାରିତ କରାଯାଇଛି।

ଆବେଦନ ଶୁଳ୍କ:

ଜେନେରାଲ/ ଇଡବ୍ଲ୍ୟୁଏସ/ ଓବିସି ବର୍ଗଙ୍କ ପାଇଁ – ୪୫୦ଟଙ୍କା

SC/ ST/ PWD – ୫୦ ଟଙ୍କା

Jobsବୟସ ସୀମା:

ଆବେଦନକାରୀଙ୍କ ପାଇଁ ନ୍ୟୁନତମ ବୟସ ସୀମା ୨୦ ବର୍ଷ ଏବଂ ଅଧିକତମ ବୟସ ସୀମା ୨୮ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ମହତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ ଆବେଦନ କରିବାର ପ୍ରାରମ୍ଭିକ ତାରିଖ- ୨୩ ଡିସେମ୍ବର ୨୦୧୯

ଅନଲାଇନ ଆବେଦନ କରିବାର ଶେଷ ତାରିଖ- ୧୬ ଜାନୁଆରୀ ୨୦୨୦

ଅନଲାଇନ ପ୍ରାରମ୍ଭିକ ପରୀକ୍ଷା ତାରିଖ- ୧୪ ଏବଂ ୧୫ ଫେବୃଆରୀ ୨୦୨୦

ଅନଲାଇନ ମୁଖ୍ୟ ପରୀକ୍ଷା ତାରିଖ- ମାର୍ଚ୍ଚ ୨୦୨୦

stuକିପରି କରିବେ ଆବେଦନ:

ଇଛୁକ ଆବେଦନକାରୀ େଓ୍ଵବସାଇଟ୍‌ https://www.rbi.org.in/ ମାଧ୍ୟମରେ ଅନଲାଇନ୍‌ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା:

ଅନଲାଇନ ପ୍ରାରମ୍ଭିକ ପରୀକ୍ଷା, ଅନଲାଇନ ମୁଖ୍ୟ ପରୀକ୍ଷା ଏବଂ ଭାଷା ପ୍ରବୀଣ ପରୀକ୍ଷା (LPT) ରେ ଆଧାରିତ ହେବ।

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀ କୌଣସି ବିଷୟରେ ୫୦% ଅଙ୍କ ସହ ସ୍ନାତ୍ତକ ଡିଗ୍ରୀ ଏବଂ କମ୍ପ୍ୟୁଟର ସମ୍ବନ୍ଧିତ ଜ୍ଞାନ ଥିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.