ଆଜି ସରିବ ଡେଡ୍‌ ଲାଇନ୍‌, ଆସନ୍ତାକାଲିଠୁ ସେସୁର ଆକ୍ସନ

ଭୁବନେଶ୍ବର: ଆଜି ସରିବ ଡେଡ୍‌ ଲାଇନ୍‌ । କାଲିଠୁ ଆରମ୍ଭ ହେବ ଆକ୍ସନ । ସେସୁ ଅଧିନରେ ଉପଭୋକ୍ତାମାନେ ବକେୟା ବିଲ୍‌ ପଇଠ ନ କଲେ ସେମାନଙ୍କ ବିଜୁଳି ସଂଯୋଗ କାଟି ଦିଆଯିବ । ବିଦ୍ୟୁତ୍‌ କାଟ୍‌ ପ୍ରକ୍ରିୟା ଆରମ୍ଭ ପାଇଁ ସେସୁ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ୪୧୩ ସ୍କ୍ଵାଡ୍‌ ଗଠନ ହୋଇଛି । ତେବେ BPLବର୍ଗ ଗ୍ରାହକଙ୍କ ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ କଟିବନି । ଟାର୍ଗେଟରେ ରହିବ ବ୍ୟବସାୟିକ ପ୍ରତିଷ୍ଠାନ, ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ କରୁଥିବା ଉପଭୋକ୍ତା ଓ ୨୫ ହଜାରରୁ ଅଧିକ ବାକି ଥିବା ଘରୁ ବିଦ୍ୟୁତ କାଟ ହେବ । ବିଦ୍ୟୁତ କାଟ୍‌ ପାଇଁ ଚିହ୍ନଟ ହୋଇଛି ୧୧ ହଜାର ୩୯୭ଟି ଗାଁ । ଗତ ଏକ ମାସ ଭିତରେ ୧ ଲକ୍ଷ ୧୦ ହଜାର ଗ୍ରାହକ ୨୧ କୋଟି ଟଙ୍କାର ବକେୟା ପଇଠ କରିଛନ୍ତି । ବର୍ତ୍ତମାନ ୮ ଲକ୍ଷ ୯୫ ହଜାର ୪୫୯ ଉପଭୋକ୍ତାଙ୍କୁ ନୋଟିସ ହୋଇଛି । ବକେୟା ଅଛି ୧୪୯୪ କୋଟି ଟଙ୍କା । ଯେଉଁମାନେ ବକେୟାର ୩୦ ପ୍ରତିଶତ ଅର୍ଥ ୧୬ ତାରିଖ ଭିତରେ ପଇଠ କରିବେ ସେମାନଙ୍କ ବିଦ୍ୟୁତ୍‌ କାଟ ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.