Below header

କ’ଣ ୟେ ହେବେ କି ଶେଖର ସୁମନଙ୍କ ବୋହୂ? ସୋସିଆଲ ମିଡିଆରେ ହଇଚଇ କରୁଛି ପୁଅବୋହୂଙ୍କ ଫଟୋ!

ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନଙ୍କ ଗାର୍ଲଫ୍ରେଣ୍ଡକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ପ୍ରଥମେ କଙ୍ଗାନା ରଣାଓ୍ଵତ୍‌, ପରେ ଦିଲ୍ଲୀର ଜଣେ ଯୁବତୀଙ୍କୁ ଅଧ୍ୟୟନ ଡେଟ୍‌ କରୁଥିଲେ। ଆଉ ଏବେ ‘ସ୍ପିଟ୍‌ସଭିଲ୍ଲା ୧୧’ର କଣ୍ଟେଷ୍ଟେଣ୍ଟ ମାୟରା ମିଶ୍ରାଙ୍କ ସହ ଡେଟିଂ କରୁଛନ୍ତି। ମାୟରା କେବେ କେବେ ଇଲିୟାନା ଡିକ୍ରୁଜ୍‌ଙ୍କର ଝଲକ୍‌ ମାରୁଛନ୍ତି, ଯାହାଙ୍କ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି।

s33

ମାୟରା ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାଆନ୍ତି। ରିପୋର୍ଟ ମୁତାବକ, ଅଧ୍ୟୟନ ଓ ମାୟରା ଦୁହେଁ ଏବେ ଲିଭ୍‌-ଇନ୍‌ ରିଲେଶନରେ ଅଛନ୍ତି। ବେଳେ ବେଳେ ସେମାନେ କ୍ୟାଣ୍ଡିଡ୍‌ ଫଟୋ ମଧ୍ୟ ଫ୍ୟାନ୍‌ମାନଙ୍କ ସହ ଶେୟାର କରିଥାଆନ୍ତି।

s1

ନିଜ ବାର୍ଥ ଡେରେ ଅଧ୍ୟୟନ ମାୟରାଙ୍କ ସହ ଏକ ଫଟୋ ଶେୟାର କରିଥିଲେ। ସେଥିରେ ସେ ଲେଖିଥିଲେ, ‘କ’ଣ ଆମେ ଦୁହେଁ ଦୁହିଁଙ୍କ ସହିତ ରହିପାରିବା’? ଏକ ଇଣ୍ଟରଭ୍ୟୁ ବେଳେ ଅଧ୍ୟୟନ ସୁମନ କହିଥିଲେ ଯେ ତାଙ୍କୁ ପୁଣିଥରେ ପ୍ରେମ ହୋଇଯାଇଛି। ସେ ନିଜ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ତାହା ପ୍ରେମ ହେଉ କି କାମ ହେଉ କି ଫ୍ୟାମିଲି।

s66

କହି ରଖୁଛୁ, କଙ୍ଗନା ରାଣାଓ୍ଵତ୍‌ ଓ ତାଙ୍କର ସମ୍ପର୍କକୁ ନେଇ ସେତେବେଳେ ଅନେକ ଖବର ଆସିଥିଲା। ଅଧ୍ୟୟନ, କଙ୍ଗନାଙ୍କ ଉପରେ ଗାଳି ଦେବା, ତାଙ୍କୁ ମାଡ଼ ମାରିବା ଏବଂ ନିର୍ଯାତନା ଦେବା ନେଇ ଅଭିଯୋଗ ଲଗାଇଥିଲେ। କିନ୍ତୁ ପରେ ସେ ଏହା କହିଥିଲେ ଯେ ମୁଁ କଙ୍ଗନାଙ୍କୁ କ୍ଷମା କରିଦେଇଛି। ସେପଟେ ମାୟରାଙ୍କ ବଣ୍ଡିଙ୍ଗ୍‌ ଅଧ୍ୟୟନଙ୍କ ପରିବାର ଲୋକଙ୍କ ସହିତ ମଧ୍ୟ ରହିଛି। ସୋସିଆଲ ମିଡିଆରେ ଶେଖର ସୁମନଙ୍କ ସହ ତାଙ୍କ ଫଟୋ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.