ଆସାମ ଦିବ୍ରୁଗଡ ନିକଟ ସାସୋନି ଗାଁ ଦିହିଙ୍ଗ ନଦୀରେ ଲାଗିଲା ନିଆଁ, ଅଏଲ ଇଣ୍ଡିଆର ପାଇପା ଲାଇନ ବ୍ଲାଷ୍ଟ ହେବାରୁ ଅଗ୍ନିକାଣ୍ଡ

ଆସାମ : ନଈରେ ଲାଗିଲା ନିଆଁ । ଆସାମ ଦିବ୍ରୁଗଡ ନିକଟ ସାସୋନି ଗାଁ ଦିହିଙ୍ଗ ନଦୀରେ ନିଆଁ ଲାଗିଛି । ଅଏଲ ଇଣ୍ଡିଆର ପାଇପ ଲାଇନ ବ୍ଲାଷ୍ଟ ହେବାପରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଦୀର୍ଘ ତିନି ଦିନ ହେଲା ନଦୀରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇପାରିନାହିଁ । ଅନ୍ୟପଟେ ପାଣି ଉପରେ କ୍ରୁଡ ଅଏଲର ବହଳ ଆସ୍ତରଣରେ ନିଆଁ ଲାଗିଥିବା ଯୋଗୁଁ ପୂରା ଅଞ୍ଚଳ ଧୁଆଁମୟ ହୋଇଯାଇଛି । ନିଆଁ ଲିଭାଇବାକୁ ପ୍ରଶାସନ କୌଣସି ଉଦ୍ୟମ କରନଥିବା ଲୋକେ ଅଭିଯୋଗ କରିଛନ୍ତି । ପାଖ ଅଞ୍ଚଳରେ ଲୋକେ ଏବେ ଆତଙ୍କିତ । କୌଣସି ଅସାମାଜିକ ବ୍ୟକ୍ତି ଏଥିରେ ନିଆଁ ଲଗାଇଦେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.