ଫିଲ୍ମ ‘ଲଷ୍ଟ’ ସୁଟିଂ ପାଇଁ ସେଟରେ ପହଞ୍ଚିଲେ ନବବଧୂ ୟାମୀ ଗୌତମ, ସୋସିଆଲ ମିଡିଆରେ ଫ୍ଯାନ୍ସକୁ ଦେଖାଇଲେ ସୁଟିଂର ଝଲକ

ଉରୀ ଫେମ୍ ଅଭିନେତ୍ରୀ ୟାମୀ ଗୌତମ ନିଜର ଅପକମିଂ ନୂଆ ଫିଲ୍ମ ‘ଲଷ୍ଟ’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ୟାମୀ ଗୌତମ ଏହି ଫିଲ୍ମରେ କ୍ରାଇମ ରିପୋର୍ଟର ରୋଲରେ ନଜର ଆସିବେ। ଏହା ଫଟୋ ସେୟାର କରି ୟାମୀ ଫ୍ଯାନ୍ସକୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ବୋଲି ଜଣାଇଛନ୍ତି। ଫ୍ଯାନ ମଧ୍ୟ ୟାମୀଙ୍କ ଫଟୋକୁ ବେଶ ପସନ୍ଦ କରିଛନ୍ତି।

ଫିଲ୍ମର ପ୍ରଥମ ଦିନର ଫଟୋ ସେୟାର କରି ୟାମୀ ଲେଖିଛନ୍ତି, ‘ସୁଟିଂ ପାଇଁ ସେଟ୍ ପ୍ରସ୍ତୁତ ରହିଛି। ଫିଲ୍ମ ‘ଲଷ୍ଟ’ର ସୁଟିଂ ଆରମ୍ଭ। ସୂଚନାଯୋଗ୍ଯ, ଜି ଷ୍ଟୁଡିଓ ଏବଂ ନମହ ପିକ୍ଚର୍ସ ଅଧିନରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତା ପଙ୍କଜ କପୁର, ରାହୁଲ ଖାନା, ନୀଲ ଭୁପାଲମ, ପିୟା ବାଜପେୟୀ, ତୁଷାର ପାଣ୍ଡେ ପ୍ରମୁଖ ଭୂମିକାରେ ନଜର ଆସିବେ।

 

View this post on Instagram

 

A post shared by Yami Gautam Dhar (@yamigautam)

ଏହାଛଡା ୟାମୀଙ୍କ ଆଉ ଏକ ହରର କମେଡି ଫିଲ୍ମ ‘ଭୂତ ପୋଲିସ’ ଏବଂ ଅଭିଷେକ ବଚ୍ଚନ ସହିତ ‘ଦଶୱି’ରେ ମଧ୍ୟ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.