Below header

ଥଣ୍ଡା-କାଶ ସହିତ ସ୍କିନ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ ମୁଲେଠୀ ଫେସପ୍ଯାକ୍, ଜାଣନ୍ତୁ କେମିତି କରିବେ ବ୍ଯବହାର

ମୁଲେଠୀ ଏକ ଆୟୁର୍ବେଦିକ ଔଷଧ। ଯାହାର ବ୍ଯବହାର ସାଧାରଣତଃ ଥଣ୍ଡା-ସର୍ଦ୍ଦି ପାଇଁ ହୋଇଥାଏ। କାଶ ପାଇଁ ମୁଲେଠୀ ବେଶ ଉପକାରୀ। ଥଣ୍ଡା- କାଶ ପାଇଁ ଯେତିକି ମୁଲେଠୀ ଉପକାରୀ, ସ୍କିନ ପାଇଁ ସେତିକି ମଧ୍ୟ ଫାଇଦାଯୁକ୍ତ। ଏହାଦ୍ବାରା ତ୍ବଚାର ଗ୍ଲୋ ବଢିଥାଏ ଏବଂ ସ୍କିନ ଟାଇଟ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ମୁଲେଠୀ ଫେସପ୍ଯାକ୍ ବିଷୟରେ…

ମୁଲେଠୀ ଫେସପ୍ଯାକ୍ ପାଇଁ ସାମଗ୍ରୀ: ୨ ଚାମଚ ମୁଲେଠୀ ପାଉଡର, ମହୁ, ଗୋଲାପଜଳ।

ବିଧି: ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏହିସବୁ ସାମଗ୍ରୀକୁ ମିଶାଇଦିଅନ୍ତୁ। ଏହାକୁ ଲଗାଇ ଶୋଇ ଯାଆନ୍ତୁ। ଯେତେବେଳେ ଏହା ସଂପୂର୍ଣ୍ଣ ଭାବେ ଶୁଖିଯିବ ସେତେବେଳେ ଏହାକୁ ଭଲ ପାଣିରେ ଧୋଇଦିଅନ୍ତୁ। ଭଲ ରେଜଲ୍ଟ ପାଇଁ ସପ୍ତାହକୁ ୨ ଥର ଫେସପ୍ଯାକ ଲଗାନ୍ତୁ।

ଫାଇଦା:

ଡେଡ୍ ସ୍କିନ ସଫା କରିବା ସହିତ ସ୍କିନ ପୋର୍ସ ସଫା କରିଥାଏ। ସ୍କିନ ଟାଇଟ ରହିଥାଏ। ବ୍ରଣରୁ ମୁକ୍ତି ମିଳିଥାଏ। ତ୍ବଚାର ଗଭୀରତାକୁ ଯାଇ ସଫା କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.