ଲୋକପ୍ରିୟ ୟୁଟ୍ୟୁବର ଓ ବଡି ବିଲଡର ଷ୍ଟାର ଜୋ ଲିଣ୍ଡନରଙ୍କ ପରଲୋକ, ରଶ୍ମିକା ସହିତ ସାଉଥ ଫିଲ୍ମରେ କରିଛନ୍ତି କାମ

ମାତ୍ର ୩୦ ବର୍ଷ ବୟସରେ ଚାଲିଗଲେ ଲୋକପ୍ରିୟ ୟୁଟ୍ୟୁବର ଲିଣ୍ଡନର । ଗମ୍ଭୀର ରୋଗରେ ପୀଡିତ ହୋଇ ତାଙ୍କର ନିଧନ ହୋଇଛି । ସେ ସାଉଥ ଫିଲ୍ମରେ ରଶ୍ମିକା ସହିତ କାମ କରିଛନ୍ତି ।

ଜର୍ମାନୀର ଲୋକପ୍ରିୟ ୟୁଟ୍ୟୁବର ଓ ବଡି ବିଲଡର ଷ୍ଟାର ଜୋ ଲିଣ୍ଡନରଙ୍କ ପରଲୋକ ହୋଇଛି । ମାତ୍ର ୩୦ ବର୍ଷ ବୟସରେ ଲିଣ୍ଡନର ପରଲୋକ ହୋଇଛି । ଲିଣ୍ଡନରଙ୍କ ମୃତ୍ୟୁ ଖବର ତାଙ୍କର ବନ୍ଧୁ ଓ ଗାର୍ଲଫ୍ରେଣ୍ଡ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଲିଣ୍ଡନରଙ୍କ ମୃତ୍ୟୁ ପରେ ତାଙ୍କର ବନ୍ଧୁ, ପ୍ରଶଂସକମାନେ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଲିଣ୍ଡନରଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଲିଣ୍ଡନର ଏନ୍ୟୁରିଜମ ନାମକ ରୋଗରେ ପୀଡ଼ିତ ଥିଲେ । ସେ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିଛନ୍ତି । ଲିଣ୍ଡନର ‘ପୋଗାରୁ’ ଫିଲ୍ମରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହିତ କାମ କରିଥିଲେ । ଲିଣ୍ଡନର ଇନଷ୍ଟାଗ୍ରାମରେ ସବୁବେଳେ ଆକ୍ଟିଭ ଥାନ୍ତି ।

ଏନ୍ୟୁରିଜମ ରୋଗ ମଣିଷର ମସ୍ତିଷ୍କ, ପାଦ ଓ ପେଟକୁ ସଂକ୍ରମିତ କରିଥାଏ । ଏହି ରୋଗରେ ରୋଗୀର କୌଣସି ଅଙ୍ଗରୁ ଅଚାନକ ରକ୍ତ ବାହାରିବା, ହୃଦ ସ୍ପନ୍ଦନ ବଢ଼ିଯିବା, ସ୍ନାୟୁରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେବା, ଚକ୍କର ଆସିବା ଓ ମୁଣ୍ଡ ବୁଲାଇବା, ଆଖିର ଉପର ଓ ତଳ ଭାଗରେ ଯନ୍ତ୍ରଣା ହେବା ଆଦି ସମସ୍ୟା ଦେଖାଦେଇଥାଏ ।

୧୯୯୩ରେ ଜାନୁଆରୀ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ଲିଣ୍ଡନର ଏକ ଗମ୍ଭୀର ରୋଗର ଶିକାର ହୋଇଥିଲେ । ତେବେ ଲିଣ୍ଡନରଙ୍କ ବିୟୋଗ ବିଷୟରେ ଶୁଣି ବଡିବିଲିଡିଂ କମ୍ୟୁନିଟି ଶୋକରେ ବୁଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.