Below header

ଥମୁନି ଫ୍ରାନ୍ସ ହିଂସା: ୧୩୦୦ରୁ ଅଧିକ ଗିରଫ, ରାଷ୍ଟ୍ରପତିଙ୍କ ଜର୍ମାନୀ ରାଜକୀୟ ଗସ୍ତ ସ୍ଥଗିତ

ଫ୍ରାନ୍ସରେ ହିଂସାକାଣ୍ଡ ଥମିବାରରେ ନାଁ ଧରୁନି । ପୋଲିସ ଏପର୍ଯ୍ୟନ୍ତ ୧୩୦୦ ଲୋକଙ୍କୁ ଗିରଫ କରିସାରିଲାଣି । ୪୫ ହଜାର ସୁରକ୍ଷାକର୍ମୀ ଦଙ୍ଗା ରୋକିବାକୁ ନିୟୋଜିତ ରହିଛନ୍ତି । ଏ ପରିସ୍ଥିତିରେ ରାଷ୍ଟ୍ରପତିଙ୍କ ଜର୍ମାନୀ ରାଜକୀୟ ଯାତ୍ରାକୁ ସ୍ଥଗିତ କରାଯାଇଛି ।

ଫ୍ରାନ୍ସରେ ହିଂସାକାଣ୍ଡ ଥମିବାରରେ ନାଁ ଧରୁନି । ଜଣେ ୧୭ ବର୍ଷୀୟ ଆଲଜେରୀୟ ବାଳକର ମୃତ୍ୟୁକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଏପର୍ଯ୍ୟନ୍ତ ୧୩୦୦ ଲୋକଙ୍କୁ ଗିରଫ କରିସାରିଲାଣି । ୪୫ ହଜାର ସୁରକ୍ଷାକର୍ମୀ ଦଙ୍ଗା ରୋକିବାକୁ ନିୟୋଜିତ ରହିଛନ୍ତି । ତଥାପି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ହେଉନି । ଏହାମଧ୍ୟରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ପାଇଁ ସଙ୍କଟ ଦେଖାଦେଇଛି । ଯେକୌଣସି ପରିସ୍ଥିତିରେ ରାଷ୍ଟ୍ରପତି ଦଙ୍ଗା ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ଏଥିପାଇଁ ରାଷ୍ଟ୍ରପତିଙ୍କ ଜର୍ମାନୀ ରାଜକୀୟ ଯାତ୍ରାକୁ ସ୍ଥଗିତ କରାଯାଇଛି ।

ଫ୍ରାନ୍ସରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ରାଷ୍ଟ୍ରପତି ନିଜର ଜର୍ମାନୀ ରାଜକୀ ଯାତ୍ରାକୁ ସ୍ଥଗିତ କରିଛନ୍ତି । କିଛିଦିନ ପରେ ଏହି ଯାତ୍ରା ଆରମ୍ଭ କରିଥାନ୍ତେ ରାଷ୍ଟ୍ରପତି। ୨୩ ବର୍ଷ ପରେ ଏହା କୌଣସି ରାଷ୍ଟ୍ରପତିଙ୍କ ପ୍ରଥମ ରାଜକୀୟ ଗସ୍ତ ।

ବ୍ୟାପକ ଗିରଫଦାରୀ ଓ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଥମୁନି ହିଂସକାଣ୍ଡ। ପୋଲିସ ଗାଡ଼ି ଲୁଟ୍‌ , ଦୋକାନ ଭଙ୍ଗାରୁଜା କରିବା ସହ କାର ଜାଳିଦେଉଛନ୍ତି ପ୍ରଦର୍ଶନକାରୀ । ପୋଲିସ ଫୋର୍ସ ସାମ୍ନାରେ ଚାଲିଛି ଭଙ୍ଗାରୁଜା ପୋଡ଼ାଜଳା। ଏକ ବଡ଼ ଲାଇବ୍ରେରୀକୁ ମଧ୍ୟ ନିଆଁ ଲଗାଦେଇଛନ୍ତି ଉତ୍ତ୍ୟକ୍ତ ଲୋକ। ପୋଲିସ ଉପରକୁ ବାଣ ଫିଙ୍ଗୁଛନ୍ତି । ହିଂସାକାଣ୍ଡରେ ୨୫୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହେଲେଣି। ପୋଲିସ ଏପର୍ଯ୍ୟନ୍ତ ୧୩୦୦ ଲୋକଙ୍କୁ ଗିରଫ କରିସାରିଲାଣି । ୪୫ ହଜାର ସୁରକ୍ଷାକର୍ମୀ ଦଙ୍ଗା ରୋକିବାକୁ ନିୟୋଜିତ ରହିଛନ୍ତି ।

ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ଇତିମଧ୍ୟରେ ଅଭିଭାବକମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେମାନଙ୍କ ପିଲାଙ୍କୁ ସେମାନେ ଦଙ୍ଗାରୁ ଦୂରେଇ ରଖନ୍ତୁ। ପ୍ୟାରିସରେ ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ଦୋକାନ ବଜାର ଭଙ୍ଗାରୁଜା ହୋଇଛି ଏବଂ ଲୋକ ଗାଡ଼ି ଜାଳି ଦେଇଛନ୍ତି। ଦୋକାନ ବଜାରରୁ ଲୁଟ୍ ହେଉଛି ଏବଂ ହଜାର ହଜାର ଗାଡ଼ି ଜାଳିଦିଆଯାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ପୋଲିସ ଗୁଳିରେ ନାହେଲ ନାମକ ଜଣେ ୧୭ ବର୍ଷର ଆଲଜେରୀୟ ବାଳକର ମୃତ୍ୟୁକୁ କେନ୍ଦ୍ର କରି ହିଂସାକାଣ୍ଡ ସୃଷ୍ଟି ହୋଇଛି। ବିଶେଷ କରି କମ ବର୍ଷର ପିଲାମାନେ ପୋଲିସ ବିରୋଧରେ ରାସ୍ତାକୁ ଓହ୍ଲାଉଛନ୍ତି। ନାହେଲଙ୍କ ମୃତ୍ୟୁ ପରେ ପୋଲିସ ବ୍ୟବସ୍ଥା ଏବଂ ଜାତିଆଣ ପ୍ରସଙ୍ଗ ଅଭିଯୋଗ ତୀବ୍ର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.