ଜାଣନ୍ତୁ କେତେ କୋଟି ଟଙ୍କାରେ ବିକ୍ରି ହେଉଛି ଦୁନିଆର ସବୁଠାରୁ ଦାମୀ ଟମାଟୋ ମଞ୍ଜି 

ବିଶେଷ ପ୍ରଜାତିର ଏହି ଟମାଟୋ ର ପ୍ରତ୍ୟେକ ମଞ୍ଜି ୨୦ କିଲୋଗ୍ରାମ ପର୍ଯ୍ୟନ୍ତ ଟମାଟୋ ଦେଇଥାଏ । ଏହି ଟମାଟୋର ବିଶେଷ କଥା ହେଉଛି ଏହି ଟମାଟୋରେ ମଞ୍ଜି ନଥାଏ, ଯେଉଁଥି ପାଇଁ ଚାଷୀମାନଙ୍କୁ ପ୍ରତ୍ୟେକ ଥର ଏହି ଟମାଟୋ ମଞ୍ଜି କିଣିବାକୁ ପଡ଼ିଥାଏ ।

ସପ୍ତାହ ତଳେ ୬୦ ଟଙ୍କା ମୂଲ୍ୟରେ ମିଳୁଥିବା ଟମାଟୋ ବର୍ତ୍ତମାନ ୧୦୦ରୁ ୧୫୦ ଟଙ୍କାରେ ପହଞ୍ଚିଛି । ଦିଲ୍ଳୀରେ ଏକ କେଜି ଟମାଟୋ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି । ଏହି ଟମାଟୋ ର ମୂଲ୍ୟ ଅଧିକ ହେଲେ ମଧ୍ୟ ଏହା ୨୦୦ ହୋଇପାରେ । କିନ୍ତୁ ଦୁନିଆର ଏପରି ଏକ ଟମାଟୋ ରହିଛି ଯାହା ମଞ୍ଚିର ମୂଲ୍ୟ କୋଟିଏ ଟଙ୍କାରୁ ମଧ୍ୟ ଅଧିକ । ଆପଣଙ୍କୁ କଥାଟି ହୁଏତ ବିଶ୍ୱାସ ହେଉ ନଥିବ । କିନ୍ତୁ ଘଟଣାଟି ସତ । ହେଜେରା ଜେନେଟିକ୍ସ ଏଭଳି ଟମାଟୋ ମଞ୍ଜି ବିକ୍ରି କରିଥାଏ, ଯାହା ସୁନା ଠାରୁ ବି ଅଧିକ ମୂଲ୍ୟର ହୋଇଥାଏ । ସମର ସନ ଟମାଟୋ ନାମକ ଏହି ଟମାଟୋ ମଞ୍ଜିକୁ ସେମାନେ ୟୁରୋପୀୟ ବଜାରରେ ବିକ୍ରି କରୁଛନ୍ତି । ଏକ କିଲୋଗ୍ରାମ ଟମାଟୋ ମଞ୍ଜିର ମୂଲ୍ୟ ପାଖାପାଖି ୩ କୋଟି ଟଙ୍କା । ଏହାର ମୂଲ୍ୟ ଏତେ ଅଧିକ ଯେ, ଆପଣ ଏହି ଟଙ୍କାରେ ୫ କିଲୋଗ୍ରାମ ସୁନା କିଣି ପାରିବେ ।

ବିଶେଷ ପ୍ରଜାତିର ଏହି ଟମାଟୋ ର ପ୍ରତ୍ୟେକ ମଞ୍ଜି ୨୦ କିଲୋଗ୍ରାମ ପର୍ଯ୍ୟନ୍ତ ଟମାଟୋ ଦେଇଥାଏ । ଏହି ଟମାଟୋର ବିଶେଷ କଥା ହେଉଛି ଏହି ଟମାଟୋରେ ମଞ୍ଜି ନଥାଏ, ଯେଉଁଥି ପାଇଁ ଚାଷୀମାନଙ୍କୁ ପ୍ରତ୍ୟେକ ଥର ଏହି ଟମାଟୋ ମଞ୍ଜି କିଣିବାକୁ ପଡ଼ିଥାଏ ।

ଏହାର ସ୍ୱାଦ ଏତେ ଭଲ ଯେ, ଜଣେ ଏହାକୁ ଖାଇବା ପରେ ଏହାକୁ ବାରମ୍ବାର ଖାଇବା ପାଇଁ ଇଚ୍ଛା ପ୍ରକାଶ କରିଥାଏ । ହେଜେରା ରିସର୍ଚ୍ଚ, ପ୍ରଡକ୍ସନ, ପ୍ରୋସେସିଙ୍ଗ ଏବଂ କ୍ୱାଲିଟିରେ ନିଜ ଦକ୍ଷତା ଏବଂ ପ୍ରଭାବଶୀଳତାକୁ ବଢାଇବା ପାଇଁ ପ୍ରାଥମିକତା ଦେଇଥାଏ । ଏହା ଦ୍ୱାରା ହେଜେରା ର ଗ୍ରାହକ ଏବଂ କର୍ମଚାରୀମାନଙ୍କୁ ଭଲ ଲାଭ ମିଳିଥାଏ ।

ମିଳିଥିବା ସୂଚନା ଅନୁସାରେ, ହେଜେରା ର ଜଣେ ପ୍ରତିନିଧି କହିଛନ୍ତି ସେମାନଙ୍କ ଧ୍ୟାନ କେବଳ ଚାଷୀମାନଙ୍କ ପାଇଁ ନୂଆ କିସମର ମଞ୍ଜି ଉତ୍ପାଦନ କରିବା । ମଞ୍ଜି ଉତ୍ପାଦନ ହେବା ପରେ, ସେମାନେ ଆବଶ୍ୟକ କ୍ୱାଲିଟି କଣ୍ଟ୍ରୋଲ ଟେଷ୍ଟ କରିଥାନ୍ତି । ଏହି ମଞ୍ଜି ସମସ୍ତ ପରୀକ୍ଷାରେ ସଫଳ ହେବା ପରେ, ଉଚ୍ଚ କ୍ଷମତା ସମ୍ପନ୍ନ ମଞ୍ଜିର ପ୍ରୋସେସିଙ୍ଗ ଆଗକୁ ବଢିଥାଏ । ଏହି ମଞ୍ଜି ଦ୍ୱାରା ଅନେକ ଚାଷୀ ଉପକୃତ ହେଉଛନ୍ତି ସତ କିନ୍ତୁ ଏହାର ମୂଲ୍ୟ ଚାଷୀଙ୍କ ଉପରେ ଗଭୀର ପ୍ରଭାବ ପକାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.