Below header

ଶୀତଦିନେ ଘରେ ବନାନ୍ତୁ ମନ୍‌ଚାଓ ସୁପ୍, ସ୍ୱାଦ ଏକଦମ ଲାଜବାବ୍

ଆଜି ଆମେ ଆପଣଙ୍କ ପାଇଁ ଗରମା ଗରମ ମନ୍‌ଚାଓ ସୁପ୍ ରେସିପି ନେଇଆସିଛୁ । ସାଧାରଣତଃ ସୁପ୍ ପିଇବା ପାଇଁ ସମସ୍ତେ ରେସ୍ତୋରାଁକୁ ଯାଇଥାନ୍ତି । କିନ୍ତୁ ସବୁବେଳେ ବାହାରୁ ଖାଇବା ଆମ ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇନଥାଏ । ଆମେ ଏହାକୁ ଖୁବ ସହଜରେ ଘରେ ମଧ୍ୟ ପ୍ରସ୍ତୁତ କରିପାରିବ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ...

ଶୀତଦିନେ ସମସ୍ତଙ୍କୁ କିଛି ନା କିଛି ଗରମ ଜିନିଷ ଖାଇବାକୁ କିମ୍ବା ପିଇବାକୁ ଇଚ୍ଛା ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଗରମା ଗରମ ମନ୍‌ଚାଓ ସୁପ୍ ରେସିପି ନେଇଆସିଛୁ । ସାଧାରଣତଃ ସୁପ୍ ପିଇବା ପାଇଁ ସମସ୍ତେ ରେସ୍ତୋରାଁକୁ ଯାଇଥାନ୍ତି । କିନ୍ତୁ ସବୁବେଳେ ବାହାରୁ ଖାଇବା ଆମ ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇନଥାଏ । ଆମେ ଏହାକୁ ଖୁବ ସହଜରେ ଘରେ ମଧ୍ୟ ପ୍ରସ୍ତୁତ କରିପାରିବ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…

ଆବଶ୍ୟକୀୟ ସାମଗ୍ରୀ:

ଗାଜର, କଟା ବିନ୍ସ, କଟା କୋବି ପତ୍ର, ଛୋଟ କଟା ହୋଇଥିବା ରସୁଣ, କଟା ଅଦା, ସୋୟା ସସ୍, ଭିନେଗାର, ସ୍ବାଦାନୁସାରେ ଲୁଣ, ଗୋଲମରିଚ ପାଉଡର, ତେଲ, କର୍ଣ୍ଣଫ୍ଲୋର, ଆବଶ୍ୟକ ହିସାବରେ ପାଣି, ରାଇସ୍ ନୁଡଲ୍ସ, କଟା ପିଆଜ ଇତ୍ୟାଦି

ପ୍ରସ୍ତୁତି ପ୍ରଣାଳୀ:

ଭେଜ୍ ମନ୍‌ଚାଓ ସୁପ୍ ତିଆରି କରିବା ପାଇଁ ପ୍ରଥମେ ସବୁ ପରିବାକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏବେ ପ୍ୟାନରେ ତେଲକୁ ଗରମ କରି ଏଥିରେ ଅଦା, ରସୁଣ ଏବଂ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ । ଏହାପରେ ପରିବାକୁ ପ୍ୟାନରେ ପକାଇ ୪ରୁ ୫ ମିନିଟ୍ ପର୍ଯ୍ୟନ୍ତ ଭାଜିବା ପରେ ସୋୟା ସସ୍ ଏବଂ ଭିନେଗାର ପକାଇ ଦୁଇ କପ୍ ପାଣି ଦେଇ ଫୁଟିବା ପାଇଁ ଛାଡିଦିଅନ୍ତୁ । ଏହାପରେ କର୍ଣ୍ଣଫ୍ଲୋରରେ ଅଳ୍ପ ପାଣି ପକାଇ ଘୋଳ କରି ସୁପରେ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ସୁପକୁ ମିଡିୟମ୍ ଆଞ୍ଚରେ ୩ ରୁ ୪ ମିନିଟ୍ ପର୍ଯ୍ୟନ୍ତ ଫୁଟାଇବା ପରେ ଲୁଣ ଏବଂ ଗୋଲମରିଚ ପାଉଡର ପକାନ୍ତୁ ।

ଆଉ ଏକ ପ୍ୟାନରେ ୨ କପ୍ ପାଣି ଏବଂ ନୁଡଲ୍ସ ପକାଇ ଫୁଟିବାକୁ ଛାଡନ୍ତୁ । ଫୁଟି ଆସିବା ପରେ ନୁଡଲ୍ସକୁ ଛାଣି ଥଣ୍ଡା ପାଣି ପକାନ୍ତୁ । ଏହାପରେ ତେଲ ପକାଇ ଏକ ପ୍ଲେଟରେ ଖେଳାଇ ରଖିଦିଅନ୍ତୁ । ଏହି ନୁଡଲ୍ସକୁ ତେଲରେ ଟାଣ ହେବା ପର୍ଯ୍ୟନ୍ତ ଛାଣି ଏକ ପାତ୍ରରେ ରଖିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଭେଜ୍ ମନ୍‌ଚାଓ ସୁପ୍ । ଏହାକୁ ଗରମ ଗରମ ଏକ ପାତ୍ରରେ ବାହାର କରି ପିଇବା ସମୟରେ ନୁଡଲ୍ସ ଓ ପିଆଜକୁ ସଜାଇ ପିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.