ଆଜିର ଭାଗ୍ୟଫଳ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଦାମ୍ପତ୍ୟ ସୁଖ

ଆଜି ହେଉଛି ନଭେମ୍ବର ୬ , ରବିବାର କାର୍ତ୍ତିକ ମାସ ତ୍ରୟୋଦଶୀ ତିଥି । ଆଜି ଧର୍ମ ମାସ ପଞ୍ଚୁକର ତୃତୀୟ ଦିନ ମଧ୍ୟ । ଆଜିର ଏହି ପବିତ୍ର ଦିନରେ ସକାଳୁ ସକାଳୁ ଦେଖି ନିଅନ୍ତୁ ୧୨ଟି ରାଶିରେ କଣ ରହିଛି ଭାଗ୍ୟଫଳ। ଆସନ୍ତୁ ଜାଣିବା।

ମେଷ : ଇଚ୍ଛା ଅନୁଯାୟୀ ସଫଳତା ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ। ସନ୍ତାନସନ୍ତତିଙ୍କ ପାଇଁ ଅଧିକ ଯତ୍ନଶୀଳ ହୋଇପଡ଼ିବେ। ମହିଳାମାନେ ନୂତନ ଅବସର ପାଇପାରନ୍ତି। ଲକ୍ଷ୍ୟ ପୂରଣ କରିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ସୁଖକର ରହିବ।

ବୃଷ : ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଉତ୍ସବରେ ଯୋଗ ଦେଇ ଉତ୍ସାହିତ ରହିବେ। କ୍ୟାରିୟରରେ ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ।

ମିଥୁନ : ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ସମୟର ସଦୁପଯୋଗ କରି ଲାଭବାନ ହେବେ। କର୍ମକ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ନିଜ ଦାୟିତ୍ବକୁ ସୁଚାରୁ ରୂପରେ ତୁଲାଇବେ।

କର୍କଟ : ଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ନିଜର ବ୍ୟବହାର ପାଇଁ ସମସ୍ତଙ୍କ ନିକଟରେ ପ୍ରିୟପାତ୍ର ହେବେ। ନୂତନ ନିଯୁକ୍ତି ସୁଯୋଗ ରହିଛି।

ସିଂହ : ବନସାଥୀଙ୍କ ସହ ସମ୍ପର୍କରେ ନିବିଡ଼ତା ଦେଖାଦେବ। ରୋଜଗାରର ନୂତନ ପଥ ପାଇବେ। ସହକର୍ମୀଙ୍କୁ ମନକଥା କହି ସନ୍ତୋଷ ଲାଭ କରିବେ। ସନ୍ତାନସନ୍ତତିଙ୍କର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।

କନ୍ୟା : ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ। ସାଂସାରିକ ଭୁଲ୍‌ ବୁଝାମଣା ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି।

ତୁଳା : ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ପରିସ୍ଥିତି ଚିନ୍ତାଜନକ ରହିବ। ବ୍ୟବସାୟରେ କ୍ଷତି ହୋଇପାରେ। ଛାତ୍ରଛାତ୍ରୀ ଭ୍ରମରେ ପଡ଼ିବେ। ପରିବାରଠାରୁ ସହଯୋଗ ପାଇବେ।

ବିଛା : ଗୋପନୀୟ କଥାକୁ ପ୍ରକାଶ କରନ୍ତୁ ନାହିଁ। ଅନ୍ୟର ଖୁସିରେ ନିଜକୁ ସାମିଲ କରନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟବସାୟକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି।ପ୍ରେମୀ ଯୁଗଳଙ୍କ ପାଇଁ ନୂତନ ରାସ୍ତା ଉନ୍ମୋଚନ ହେବ।

ଧନୁ : ଦିନଟି ମଧ୍ୟମ ଧରଣର ରହିବ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଜମି କ୍ରୟ କରିବା ଗାଡ଼ି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସାଂସାରିକ ଜୀବନ ସୁଖପୂର୍ଣ୍ଣ ରହିବ।

ମକର : ସ୍ଥ୍ୟାବସ୍ଥାରେ ଅବନତି ଘଟିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତିର ନୂତନ ପଥ ଉନ୍ମୋଚନ ହେବ। କର୍ମକ୍ଷେତ୍ରରେ କାର୍ଯ୍ୟଗୁଡ଼ିକ ସୁଚାରୁରୂପରେ ସମାପନ କରିେବ। ଜୀବନରେ ନୂତନ ମୋଡ଼ ଦେଖାଦେବ। ଦାମ୍ପତ୍ୟ ଜୀବନରେ ସୁଖଆନନ୍ଦ ଭରିରହିବ ।

କୁମ୍ଭ : ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଭ୍ରମଣଯୋଗ ରହିଛି। କର୍ମକ୍ଷେତ୍ରରେ ଖୁବ୍‌ ପରିଶ୍ରମ କରିବେ। ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଜୀବନରେ ଆଗକୁ ବଢ଼ିବାର ଅବସର ପ୍ରାପ୍ତି ହେବ।

ମୀନ : ପରିଶ୍ରମର ଫଳପ୍ରାପ୍ତି ହେବ। ବିଭିନ୍ନ କ୍ଷେତ୍ରରେ ଉନ୍ନତିର ସୁଯୋଗ ରହିଛି। ମହିଳାମାନେ ଅତ୍ୟଧିକ କାର୍ଯ୍ୟ କରି କ୍ଲାନ୍ତ ଅନୁଭବ କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗକୁ ବଢ଼ିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.