Below header

ଆଜି ଖୋଲିବ ଇଭିଏମ୍‌ ପେଡ଼ି, ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ

ଭଦ୍ରକ(କେନ୍ୟୁଜ୍):  ଧାମନଗର ଉପ ନିର୍ବାଚନରେ କାହାର କେତେ ଦମ୍‌ ? ଆଜି ଖୋଲିବ ଇଭିଏମ୍‌ ପେଡ଼ି । ଆରମ୍ଭ ହେବ ଗଣତି । ରେଜଲ୍‌ଟ ଡେ ପାଇଁ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଭୋଟ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ ।

ପ୍ରଥମେ ପୋଷ୍ଟାଲ ବାଲାଟ ପେପର ଓ ପରେ ଇଭିଏମ ଗଣତି କରାଯିବ । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାଉଣ୍ଟିଂ ପରେ ୫ଟି ବୁଥର ଭିଭିପିଏଟିକୁ ମେଳ କରାଯିବ । ପୂରା ପ୍ରକ୍ରିୟା ନିରୀକ୍ଷଣ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଅବଜରଭର ନିଯୁକ୍ତ ହେବେ । ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବ୍‌ଜରଭର ରହିବେ । ଭୋଟ ଗଣତି ପାଇଁ ସୁରକ୍ଷା କଡ଼ାକଡ଼ି । ୧୦ ପ୍ଲାଟୁନ ଷ୍ଟେଟ ଆର୍ମଡ ଫୋର୍ସ ଓ ରାଜ୍ୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.