ଜାଣନ୍ତୁ ଆଜି ଆପଣଙ୍କ ଭାଗ୍ୟ କ’ଣ କହୁଛି

ଆଜି ଆପଣ ଯେଉଁ କାମ ପୂରା କରିବାକୁ ଚାହିଁବେ, ତାହା ପୂରା ହେବ। ସୋସିଆଲ ମିଡିଆ ଜରିଆରେ ପୁରୁଣା ସାଙ୍ଗ ସହିତ କଥା ହେବେ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ। କୌଣସି ନୂଆ ବ୍ୟବସାୟରେ ପଇସା ବିନିଯୋଗ କରନ୍ତୁ ନାହିଁ।

ମେଷ: ଆଜି ଆପଣ ଯେଉଁ କାମ ପୂରା କରିବାକୁ ଚାହିଁବେ, ତାହା ପୂରା ହେବ। ସୋସିଆଲ ମିଡିଆ ଜରିଆରେ ପୁରୁଣା ସାଙ୍ଗ ସହିତ କଥା ହେବେ।

ବୃଷ: ଆଜିର ଦିନ ଭଲରେ କଟିବ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ। କୌଣସି ନୂଆ ବ୍ୟବସାୟରେ ପଇସା ବିନିଯୋଗ କରନ୍ତୁ ନାହିଁ।

ମିଥୁନ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାଙ୍ଗଠାରୁ ସାହାଯ୍ୟ ପାଇବେ। ଅଟକି ରହିଥିବା ଟଙ୍କା ଫେରିପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ।

କର୍କଟ: ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ। ପରିବାରରେ ଭଲ ତାଳମେଳ ରହିବ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ।

ସିଂହ: ପାରିବାରିକ କାର୍ଯ୍ୟ ପୂରା କରିବାରେ ଘର ଲୋକେ ସାହାଯ୍ୟ କରିବେ। ଛାତ୍ରମାନଙ୍କ ପାଇଁ ଦିନଟି ଭଲ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ।

କନ୍ୟା: ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇବେ। ଘରର ପରିବେଶ ସୁଖଦ ହେବ। ସମାଜର ଲୋକେ ଆପଣଙ୍କ ବ୍ୟକ୍ତିତ୍ୱରେ ସନ୍ତୁଷ୍ଟ ହେବେ।

ତୁଳା: ଦାମ୍ପତ୍ୟ ଜୀବନ ସୁଖମୟ ହେବ। କାର୍ଯ୍ୟରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ପୁରୁଣା ସାଙ୍ଗଙ୍କୁ ଭେଟିବାର ସୁଯୋଗ ପାଇବେ।

ବିଛା: ପ୍ରିୟ ବନ୍ଧୁଙ୍କ ସହ ଫୋନ୍‌ରେ ଏକ ଲମ୍ବା କଥାବାର୍ତ୍ତା ହେବ। ଆଜି ମା’, ବାପାଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଜୀବନରେ ଆଗକୁ ବଢ଼ିବେ।

ଧନୁ: ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଆର୍ଥିକ ଲାଭ ପାଇଁ ପରିଶ୍ରମ କରିବେ। ଛାତ୍ରମାନଙ୍କୁ ସଫଳତା ମିଳିବାର ଅବସର ପ୍ରାପ୍ତ ହେବ।

ମକର: ଆଜି ଆପଣଙ୍କ ମନକୁ ନୂଆ ବିଚାର ଆସିବ। କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଝଗଡ଼ା ଠାରୁ ଦୂରେଇ ରହିବାକୁ ହେବ।

କୁମ୍ଭ: ଦିନଟି ବହୁତ ଭଲ। ସମସ୍ତେ ଆପଣଙ୍କ କଥାକୁ ଯତ୍ନର ସହ ଶୁଣିବେ। ସ୍ୱାସ୍ଥ୍ୟ ମାମଲାରେ ନିଜକୁ ସତେଜ ଅନୁଭବ କରିବେ।

ମୀନ: ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ଲେଖକମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.