ଦିନ ଆରମ୍ଭରୁ ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ: ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ। ବ୍ୟବସାୟରେ ଉନ୍ନତିର ପାହାଚ ଚଢ଼ିବା ଆରମ୍ଭ କରିବେ। ଘରେ ସୁଖଦ ବାତାବରଣ ରହିବ।ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ବୃଷ: ଶରୀର ସୁସ୍ଥ ରହିବା ହେତୁ ମନ ପ୍ରସନ୍ନ ରହିବ। ବଡ଼ କ˚ପାନି ସହିତ ବ୍ୟବସାୟର ସୁଯୋଗ ମିଳିବ। ସାହିତ୍ୟିକଙ୍କୁ ଖୁସି ଖବର ମିଳିବ।ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ।

ମିଥୁନ: ମନରେ ନୂତନ ସକାରାତ୍ମକ ଶକ୍ତି ଅନୁଭବ କରିବେ। କ୍ୟାରିୟର ଗଢ଼ିବା ପାଇଁ ଭଲ ସୁଯୋଗ ମିଳିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଆପଣଙ୍କ କଠିନ ପରିଶ୍ରମ ଓ ପରିବାର ଜଣଙ୍କ ସହଯୋଗ କାରଣରୁ ଆପଣଙ୍କୁ ଆସୁଥିବା ସମୟରେ ବହୁମାତ୍ରାରେ ଖୁସି ଓ ସଫଳତା ପ୍ରାପ୍ତ ହେବ।

କର୍କଟ: ବଡ଼ ନିଷ୍ପତ୍ତି ନେଇ ଜୀବନସାଥୀଙ୍କ ସମର୍ଥନ ପାଇବେ। ଉତ୍ସାହର ସହିତ ସବୁ କାମ କରିବେ। କୌଣସି ବଡ଼ କ˚ପାନିରେ ଚାକିରିର ସୁଯୋଗ ଆସିବ।

ସି˚ହ: ଦିନଟି ଆପଣଙ୍କ ପାଇଁ ଉତ୍ତମ। ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ସମାଜରେ ମାନ ସମ୍ମାନ ପାଇବେ। ଅଫିସରେ ସ୍ଥଗିତ କାମ ସ˚ପୂର୍ଣ୍ଣ ହୋଇପାରେ।ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଆଜି ଆପଣ ଜଣେ ପ୍ରିୟ ବନ୍ଧୁ ସହିତ ଦେଖା ହେବେ, ଯିଏ ଆପଣଙ୍କ ପାଇଁ ଚିନ୍ତା କରନ୍ତି ଓ ବୁଝନ୍ତି।

କନ୍ୟା: ରାଜନୀତିରେ ସଫଳତା ଆଡ଼କୁ ଅଗ୍ରସର େହବେ। ବନ୍ଧୁଙ୍କ ସୌଜନ୍ୟରୁ କୌଣସି କାର୍ଯ୍ୟ ପୂରା ହେବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

ତୁଳା: ଯୋଜନାରେ ଥିବା ସବୁ କାମ ସହଜରେ ପୂରା ହୋଇଯିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଉପରିସ୍ଥ କର୍ମଚାରୀ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ।

ବିଛା: ଆପଣଙ୍କୁ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ।ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ଧନୁ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବ୍ୟବସାୟ କାମ ପାଇଁ ଦୂର ସ୍ଥାନକୁ ଯିବେ। ଜୀବନସାଥୀ ଆପଣଙ୍କ ପ୍ରତି ଦୟାଶୀଳ ରହିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

ମକର: କୌଣସି କାମରେ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅଭିଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।

କୁମ୍ଭ: ଲକ୍ଷ୍ୟ ସ୍ଥଳର ନିକଟତର ହେବେ। ବନ୍ଧୁଙ୍କ ବଦାନ୍ୟତା ଯୋଗୁଁ ଆଶା ପୂରଣ ହେବ। ବୈବାହିକ ଜୀବନରେ ମନର ଆବେଗ ହ୍ରାସ ପାଇବ।

ମୀନ: ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ବଜାୟ ରହିବ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ଦାମ୍ପତ୍ୟ ଜୀବନରେ ନିବିଡ଼ତା ବଜାୟ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.