ଥରୁଛି ସାରା ଓଡ଼ିଶା: ୧୫ ଡିଗ୍ରୀ ତଳେ ୨୨ ସହର, ଦାରିଙ୍ଗିବାଡିରେ ସର୍ବନିମ୍ନ ୬.୫ଡିଗ୍ରୀ ରେକର୍ଡ

ଭୁବନେଶ୍ବର(କେନ୍ଯୁଜ୍): ପ୍ରଚଣ୍ଡ ଜାଡରେ ଥରୁଛି ସାରା ଓଡ଼ିଶା। ଆଗକୁ ଆହୁରି ଥରାଇବ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ୧୫ ଡିଗ୍ରୀ ତଳେ ରହିଛି ୨୨ ସହର । ସବୁଠି ଖସିଛି ରାତି ତାପମାତ୍ରା । ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଛି । ପାଣିପାଗ ଆକଳନ ଅନୁଯାୟୀ ରାଜ୍ୟରେ ପାଗ ବର୍ତ୍ତମାନ ଶୁଖିଲା ରହିବ । ତେଣୁ ଶୀତ ଜାରି ରହିବ । ଆସନ୍ତା ୨ରୁ ୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ଖସିବ । ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ପ୍ରକୋପ ସର୍ବାଧିକ ଥିଲା । ରାତି ତାପମାତ୍ରା ୧.୫ରୁ ୩ଡିଗ୍ରୀ ଯାଏ ତାପମାତ୍ରା ହ୍ରାସ ପାଇଥିଲା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୨.୫ ଡିଗ୍ରୀ କମିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.