Below header

ଆପଣଙ୍କ ଭାଗ୍ୟ କ’ଣ କହୁଛି? କେଉଁ ରାଶିଙ୍କର କିପରି କଟିବ ଦିନ, ଜାଣନ୍ତୁ ଆଜିର ରାଶିଫଳ

କୌଣସି କାମରେ ତରତର ହୁଅନ୍ତୁ ନାହିଁ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ। ନିଜ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ଉଦାର ଭାବ ଲୋକମାନଙ୍କୁ ବହୁତ ପ୍ରଭାବିତ କରିବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। କୌଣସି କାମରେ ସାଙ୍ଗମାନଙ୍କ ସମର୍ଥନ ମିଳିବ।

ମେଷ: କୌଣସି କାମରେ ଆପଣ ତରତର ହୁଅନ୍ତୁ ନାହିଁ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ। ନିଜ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ।

ବୃଷ: ଆପଣଙ୍କ ଉଦାର ଭାବ ଲୋକମାନଙ୍କୁ ବହୁତ ପ୍ରଭାବିତ କରିବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। କୌଣସି କାମରେ ସାଙ୍ଗମାନଙ୍କ ସମର୍ଥନ ମିଳିବ।

ମିଥୁନ: ଆପଣ ଆଜି ଅଟକିଥିବା କାମକୁ ପୂରା କରିବାରେ ସଫଳ ହେବେ। ବିବାହିତମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ। ମା’, ବାପାଙ୍କ ସହଯୋଗ ମିଳିବ।

କର୍କଟ: ମନରେ ଆତ୍ମବିଶ୍ୱାସ ଭରପୂର ରହିବ। ଜୀବନସାଥୀଙ୍କଠାରୁ ଖୁସି ଖବର ମିଳିବା ଦ୍ୱାରା ପୂରା ଦିନ ମନ ଖୁସି ରହିବ। ସନ୍ତାନ ପକ୍ଷରୁ ସୁଖ ପ୍ରାପ୍ତ ହେବ।

ସିଂହ: ଆର୍ଥିକ ସ୍ଥିତି ଦୃଢ଼ ହେବ। ପାରିବାରିକ ସମ୍ପର୍କରେ ନିବିଡ଼ତା ଆସିବ। ମହିଳାମାନଙ୍କୁ ସଫଳତା ମିଳିବ। ଛାତ୍ରମାନେ ପରୀକ୍ଷାରେ ଭଲ ମାର୍କ ପାଇବେ।

କନ୍ୟା: ଆଜି ଆପଣ ନିଜ ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ। ବିଦ୍ୟାର୍ଥୀମାନଙ୍କୁ କ୍ୟାରିୟରରେ ସଫଳତା ମିଳିବ। ଚାକିରିଆମାନଙ୍କ ପାଇଁ ଦିନଟି ଭଲ।

ତୁଳା: କୌଣସି ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ। ଘର ଲୋକଙ୍କ ସହ ଭଲ ତାଳମେଳ ରଖିବାରେ ସଫଳ ହେବେ। ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ହେବାର ଯୋଗ ରହିଛି।

ବିଛା: ନିବେଶ ମାମଲାରେ ଆପଣଙ୍କୁ ସାବଧାନ ଅବଲମ୍ବନ କରିବାକୁ ପଡ଼ିବ। କାର୍ଯ୍ୟରେ ସଫଳତା ମିଳିବ। ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନଟି ଭଲ।

ଧନୁ: ଆଧ୍ୟାତ୍ମିକତା ଆଡ଼କୁ ମନ ଢଳିବ। ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ପାଇଁ ଆଜିର ଦିନଟି ଅନୁକୂଳ। କୌଣସି କାମରେ ଜୀବନସାଥୀଙ୍କ ପରାମର୍ଶ ଲାଭଦାୟକ ହେବ।

ମକର: ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଅଟକିଥିବା କାମ ଘରଲୋକଙ୍କ ସହାୟତାରେ ପୂରା ହେବ। ଭାଗ୍ୟର ସମର୍ଥନ ହେତୁ ନିଜର କାର୍ଯ୍ୟ ଠିକ୍‌ ସମୟରେ ସମାପ୍ତ ହେବ।

କୁମ୍ଭ: ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ଭରିଯିବ। କ୍ୟାରିୟରରେ ନୂଆ ସୁଯୋଗ ମିଳିବ। ପଇସା ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନେବା ଆବଶ୍ୟକ। ଲଭ୍‌ମେଟ୍ସଙ୍କ ପାଇଁ ଦିନଟି ଭଲ।

ମୀନ: ସାମାଜିକ କାର୍ଯ୍ୟରେ ଭାଗ ନେବେ। ଆଜି ପୂରା ଦିନ ଶକ୍ତିବାନ ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବ୍ୟବସାୟକୁ ବଢ଼ାଇବା ପାଇଁ କିଛି ନୂଆ ଯୋଜନା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.