ଆଜିର ରାଶିଫଳ: ମାସର ଶେଷ ଦିନ ଏହି ୪ ରାଶିଙ୍କୁ ହୋଇପାରେ ଧନ ଲାଭ

କେହି ପୁରୁଣା ବନ୍ଧୁ ଆପଣଙ୍କୁ ଭେଟିପାରନ୍ତି। ଆଜି ନିଜ ମା’ଙ୍କ ପାଇଁ ଉପହାର ଆଣିବେ। ଖର୍ଚ୍ଚ ନିୟନ୍ତ୍ରଣ କରିବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଦିନଟି ଆଳସ୍ୟଭରା ରହିବ। ଅଫିସ୍‌ରେ କାମର ବୋଝ ବଢ଼ିପାରେ। କିନ୍ତୁ ଆପଣଙ୍କର ଉନ୍ନତି ମଧ୍ୟ ହେବ।

ମେଷ: କେହି ପୁରୁଣା ବନ୍ଧୁ ଆପଣଙ୍କୁ ଭେଟିପାରନ୍ତି। ଆଜି ନିଜ ମା’ଙ୍କ ପାଇଁ ଉପହାର ଆଣିବେ। ଖର୍ଚ୍ଚ ନିୟନ୍ତ୍ରଣ କରିବେ। ଆର୍ଥିକ ସ୍ଥିତି ଦୃଢ଼ ହେବ।

ବୃଷ: ଆପଣଙ୍କ ପାଇଁ ଆଜିର ଦିନଟି ଆଳସ୍ୟଭରା ରହିବ। ଅଫିସ୍‌ରେ କାମର ବୋଝ ବଢ଼ିପାରେ। କିନ୍ତୁ ଏହା ସହିତ ଆପଣଙ୍କର ଉନ୍ନତି ମଧ୍ୟ ହେବ।

ମିଥୁନ: ଦିନଟି ଆପଣଙ୍କ ପାଇଁ ଖାସ୍‌ ରହିବ। ବ୍ୟବସାୟରେ ବଡ଼ ନିର୍ଣ୍ଣୟ ନିଅନ୍ତୁ ନାହିଁ। ସାଙ୍ଗମାନଙ୍କ ସହିତ ଆପଣ ପାର୍ଟି କରିବାରେ ବ୍ୟସ୍ତ ରହିବେ।

କର୍କଟ: ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ବଜାୟ ରଖନ୍ତୁ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ନିଜ ଖର୍ଚ୍ଚ ଉପରେ କଣ୍ଟ୍ରୋଲ କରନ୍ତୁ।

ସିଂହ: ମା’, ବାପାଙ୍କ ଆଶୀର୍ବାଦରୁ ଆଜି ଆପଣଙ୍କ ଅଟକିଥିବା କାର୍ଯ୍ୟ ପୂରା ହେବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: ବିନା କାରଣରେ ଧନ ପଛରେ ଗୋଡ଼ାନ୍ତୁ ନାହିଁ। ନଚେତ୍‌ ଏହା ବଡ଼ ସମସ୍ୟା କରିପାରେ। ଅଜଣା ଲୋକଙ୍କଠାରୁ ଦୂରତା ବଜାୟ ରଖନ୍ତୁ।

ତୁଳା: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଦିନଟି ଭଲ। ପରିବାରର କୌଣସି ସଦସ୍ୟଙ୍କଠାରୁ ଉପହାର ମିଳିପାରେ। ଏହାଦ୍ୱାରା ଆପଣ ଖୁସି ହେବେ।

ବିଛା: ଧନ ସମ୍ବନ୍ଧୀୟ ମାମଲା ଭଲ ରହିବ। ନୂଆ ସମ୍ପତ୍ତି କିଣିବାର ସ୍ୱପ୍ନ ପୂରଣ ହେବ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଘରେ ପୂଜାପାଠ ହେବ।

ଧନୁ: କାର୍ଯ୍ୟରେ ବାଧା ଆସୁଥିଲେ, ତାହା ଦୂର ହେବ। ବିଦ୍ୟାର୍ଥୀମାନଙ୍କ ପାଠପଢ଼ାରେ ସମସ୍ୟା ଥିଲେ, ସେମାନେ ସିନିୟରଙ୍କ ସହ କଥା ହେବେ।

ମକର: ଆପଣଙ୍କ ପାଇଁ ଦିନଟି ଲାଭଦାୟକ ରହିବ। କାର୍ଯ୍ୟକ୍ଷେତ୍ରରେ ଏକାଧିକ କାମରୁ ଆପଣଙ୍କୁ ଭଲ ଲାଭ ମିଳିପାରେ। ବ୍ୟବସାୟରେ ଲାଭ ହେବ।

କୁମ୍ଭ: ଆଜି ପ୍ରିୟଜନଙ୍କଠାରୁ ସହଯୋଗ ମିଳିବ। ଆପଣ ନିଜ ଘରକୁ ନୂଆ ଗାଡ଼ି କିଣିକି ଆଣିପାରନ୍ତି। ଚାକିରିରେ ପ୍ରମୋସନ ମିଳିବା ଦ୍ୱାରା ଖୁସି ରହିବେ।

ମୀନ: ସ୍ୱାସ୍ଥ୍ୟ ସମସ୍ୟା ଆଜି ଦୂର ହେବ। ଦିନଚର୍ଯ୍ୟାରେ ଯୋଗ, ବ୍ୟାୟାମ କରି ନିଜ ଶରୀରକୁ ଫିଟ୍‌ ରଖିପାରିବେ। ସାମାଜିକ କାର୍ଯ୍ୟରେ ସଫଳ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.