ଯଦି ଖାଇବା ପରେ କରୁଛନ୍ତି ଏହି ଦଶଟି କାମ ତାହେଲେ ଭୋଗିପାରନ୍ତି ଏପରି ଯନ୍ତ୍ରଣା

ସାଧାରଣତଃ ସମସ୍ତେ ଜାଣିଥାନ୍ତି ଯେ ଶରୀର ପାଇଁ ଖାଦ୍ୟ ବହୁତ ଜରୁରୀ ହୋଇଥାଏ । କିନ୍ତୁ କେବଳ ଖାଦ୍ୟ ଖାଇବା ଦ୍ୱାରା ସବୁକିଛି ହୋଇନଥାଏ ଏହାପରେ ମଧ୍ୟ ଖାଇବା ସହ ସମ୍ବନ୍ଧିତ ଆମକୁ କିଛି କଥା ଜାଣିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ଆମେ ନିଜ ଶରୀରକୁ ସୁସ୍ଥ ରଖିପାରିବା ଏବଂ ନିଜ ଶରୀରର କ୍ଷତି ହେବାଠାରୁ ଦୁରେଇ ରହି ପାରିବା । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏପରି ଦଶଟି ତଥ୍ୟ ଯାହା ଆପଣ ଖାଦ୍ୟ ଖାଇବା ପରେ କରିବା ଅନୁଚିତ ।

୧- ଶୁଅନ୍ତୁ ନାହିଁ

Sleeping.

ଖାଇବା ପରେ ସଙ୍ଗେସଙ୍ଗେ ଶୁଅନ୍ତୁ ନାହିଁ । କାରଣ ଖାଦ୍ୟ ହଜମ ହେବା ପାଇଁ ସମୟ ଲାଗିଥାଏ ଏବଂ ଖାଦ୍ୟ ହଜମ ନହେବା କାରଣରୁ ପେଟରେ ଗ୍ୟାସ ହୋଇଥାଏ ଓ ଏହା ଶରୀରକୁ କ୍ଷତି ପହଂଚାଇଥାଏ ।

୨- ସ୍ମୋକ କରନ୍ତୁ ନାହିଁ

Smoking

ଖାଇବା ପରେ ସଙ୍ଗେ ସଙ୍ଗେ ସ୍ମୋକ କରିବା କ୍ଷତିକାରକ ହୋଇଥାଏ । କାରଣ ଖାଦ୍ୟ ଖାଇବା ପରେ ପିଉଥିବା ଗୋଟିଏ ସିଗାରେଟ ଦଶଟି ସିଗାରେଟ ସହିତ ସମାନ ହୋଇଥାଏ । ଏବଂ ଏହାଦ୍ୱାରା କ୍ୟାନ୍ସରର ସମ୍ଭାବନା ବହୁତ ବଢ଼ିଯାଇଥାଏ ।

୩- ଚା’ ବା କଫି ପିଅନ୍ତୁ ନାହିଁ

Drink Tea or Coffee.

ଖାଇବା ପରେ ସଙ୍ଗେସଙ୍ଗେ ଚା’ ଓ କଫି ଠାରୁ ଦୁରେଇ ରୁହନ୍ତୁ । କାରଣ ଏହାଦ୍ୱାରା ଡ଼ାଇଜେଷ୍ଟିଭ ସିଷ୍ଟମ ଉପରେ ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ ଖାଇବାର ଏକ ବା ଦୁଇ ଘଣ୍ଟା ପରେ ଚା କିମ୍ବା କଫି ପିଇବା ପାଇଁ ଚେଷ୍ଟା କରନ୍ତୁ ।

୪- ଫଳ ଖାଆନ୍ତୁ ନାହିଁ

Eating Fruit

ଖାଇବା ପରେ ତୁରନ୍ତ ଫଳ ଖାଇବା ଦ୍ୱାରା ସମ୍ପୂର୍ଣ ପୋଷଣ ମିଳିପାରେ ନାହିଁ । ସେଥିପାଇଁ ଖାଇବାର ପ୍ରାୟ ଏକ ଘଣ୍ଟା ପରେ ଫଳ ଖାଇବା ଉଚିତ ।

୫- ବେଲ୍ଟ ଲୁଜ କରନ୍ତୁ ନାହିଁ

Dont Loose.

କିଛି ଲୋକ ଖାଇବା ପୂର୍ବରୁ ହିଁ ବେଲ୍ଟକୁ ଲୁଜ କରି ଦିଅନ୍ତି ଏପରି କରିବା ଦ୍ୱାରା ମଣିଷ ନିଜର ଖାଇବା ଅନୁପାତ ବଢ଼ାଇ ଦେଇଥାଏ । ସେଥିପାଇଁ କେବଳ ସେତିକି ଖାଆନ୍ତୁ ଯେତିକି ଆପଣଙ୍କୁ ଭୋକ ଲାଗୁଛି ।

୬- ଖାଇବା ପରେ ଗାଧାନ୍ତୁ ନାହିଁ

Take Bath

ଖାଇବା ପରେ ସଙ୍ଗେସଙ୍ଗେ ଗାଧୋଇଲେ ରକ୍ତ ପ୍ରବାହ ବଢି ଯାଇଥାଏ । ଏହାଦ୍ୱାରା ପେଟରେ ବ୍ଲଡ଼ ଫ୍ଲୋ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ପାଚନ କ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ ।

୭- ଚାଲନ୍ତୁ ନାହିଁ

Walking

ଖାଇବା ପରେ ସଙ୍ଗେସଙ୍ଗେ ଚାଲିବାକୁ ଯାଆନ୍ତୁ ନାହିଁ । ଯଦି ଆପଣାକୁ ଯିବାର ଅଛି ତାହେଲେ କିଛି ସମୟ ପରେ ଯାଆନ୍ତୁ । କାରଣ ଖାଇବା ପରେ ଚାଲିବା ଦ୍ୱାରା ଏହା ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ ।

ଏହାସହ ପଢନ୍ତୁ ସ୍ୱାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ ମକା

୮- ଏକ୍ସରସାଇଜ କରନ୍ତୁ ନାହିଁ

Exercise.

ଖାଇବା ପରେ ଏକ୍ସରସାଇଜ କରିବା ଦ୍ୱାରା ଥକାପଣ ଅନୁଭବ ହୋଇଥାଏ ସେଥିପାଇଁ ଖାଇବା ପରେ ଏକ୍ସରସାଇଜ କରନ୍ତୁ ନାହିଁ ।

୯- ବ୍ରସ କରନ୍ତୁ ନାହିଁ

Teeth Brushingଖାଇବା ପରେ ବ୍ରସ କରିବା ଦ୍ୱାରା ଦାନ୍ତ କମଜୋର ହୋଇଯାଇଥାଏ । ସେଥିପାଇଁ ଖାଇବା ପରେ ସଙ୍ଗେସଙ୍ଗେ ନୁହେଁ ବରଂ ଅଧଘଣ୍ଟା ପରେ ବ୍ରସ କରନ୍ତୁ ।

୧୦- ଥଣ୍ଡା ପାଣି ପିଅନ୍ତୁ ନାହିଁ

Cold Water. Drink

ଖାଇବାର ଠିକ ପରେ ପାଣି ପିଇବା ଉଚିତ ନୁହେଁ । କାରଣ ସଙ୍ଗେସଙ୍ଗେ ପାଣି ପିଇବା ଦ୍ୱାରା ଖାଦ୍ୟ ଠିକ ଭାବେ ହଜମ ହୁଏ ନାହିଁ । ଏହାଦ୍ୱାରା ଏସିଡ଼ିଟି, ବଦହଜମି ଏବଂ ପେଟରେ ଅନେକ ଗୁଡିଏ ସମସ୍ୟା ଦେଖାଜିବାର ସମ୍ଭାବନା ରହିଥାଏ ସେଥିପାଇଁ ଖାଦ୍ୟ ଖାଇବାର ୪୫ ମିନିଟ ପରେ ପାଣି ପିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.