Below header

ମସ୍ତିଷ୍କର ଥକ୍କାପଣ ଏବଂ ଭାରି ଲାଗିବା ସମସ୍ୟାରୁ ମୁକ୍ତି ଦେବ ଏହି ୩ଟି ଆୟୁର୍ବେଦିକ ଔଷଧ

ମୁଣ୍ଡ ଭାରି ଲାଗିବା, ମାନସିକ ଥକ୍କାପଣ, ଚିଡିଚିଡ ହେବା, ରାଗ, ମନ ବିଚଳିତ ହେବା, କାହା ସହିତ କଥା ହେବା ପାଇଁ ଇଚ୍ଛା ନଥିବା ଭଳି ସମସ୍ୟା ଦେଖାଦେଉଥିଲେ ଆପଣ ମସ୍ତିଷ୍କ ପ୍ରତି ଧ୍ୟାନ ଦେବା ଜରୁରୀ। ଏହା ସହିତ ନିଜ ଭାବନାକୁ ନିଜ ନିୟନ୍ତ୍ରଣରେ ରଖିବା ଜରୁରୀ। ଏଭଳି ସମସ୍ୟା ମଣିଷକୁ ବିଭିନ୍ନ ଅଲଗା ଅଲଗା କାରଣ ଯୋଗୁଁ ହୋଇଥାଏ। କିନ୍ତୁ ଏପରି ତିନିଟି ଆୟୁର୍ବେଦିକ ଔଷଧ ରହିଛି, ଯାହା ମଧ୍ୟରୁ ଗୋଟିଏ ଖାଇବା ଦ୍ୱାରା ମଧ୍ୟ ଆପଣ ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ।

ମାନସିକ ଥକ୍କାପଣର କାରଣ :

ମାନସିକ ଥକ୍କାପଣର କାରଣ ପ୍ରତ୍ୟେକ ବ୍ୟକ୍ତି ପାଇଁ ଅଲଗା ଅଲଗା ହୋଇପାରେ। ଯେପରି ଅଧିକ ଦିନ ପର୍ଯ୍ୟନ୍ତ କୌଣସି ରୋଗ, ଅଧିକ ଦିନ ଧରି ଔଷଧ ଖାଇବା, ଅତ୍ୟଧିକ ସମସ୍ୟା ଥିବା ପରିସ୍ଥିତିରେ ବଞ୍ଚିବା ଇତ୍ୟାଦି।

ଆପଣଙ୍କ ମାନସିକ ଥକ୍କାପଣ କିମ୍ବା ମାନସିକ ରୋଗର କାରଣ ଯାହା ହେଉ ନା କାହିଁକି, ଏମିତି ୩ଟି ଆୟୁର୍ବେଦିକ ଔଷଦ ରହିଛି, ଯାହା ଆପଣଙ୍କର ପ୍ରତ୍ୟେକ ସମସ୍ୟାରୁ ମୁକ୍ତି ଦେବ।

ଅଶ୍ୱଗନ୍ଧା : ମାନସିକ ରୋଗରୁ ସଂପୂର୍ଣ୍ଣ ଭାବେ ଛୁଟକାରା ପାଇବା ପାଇଁ ଏହା ଉପକାରୀ। ଆପଣ ସବୁବେଳେ ଆକ୍ଟିଭ ଏବଂ ଷ୍ଟ୍ରେସ ଫ୍ରି ରହିବା ପାଇଁ ଏହାର ବ୍ୟବହାର କରିପାରିବେ।

ଶଙ୍ଖପୁଷ୍ପି :ମସ୍ତିଷ୍କକୁ ଦ୍ରୁତ କରେ। ଏହାକୁ ଖାଇଲେ ଶରୀର ଓ ମନ ଫୂର୍ତ୍ତି ରହିଥାଏ।

ବ୍ରାହ୍ମୀ : ସ୍ମରଣ ଶକ୍ତି ବଢାଇବା ପାଇଁ ହେଉ ଅବା ହରମୋନାଲ ବାଲାନ୍ସ ରଖିବା ପାଇଁ ଏହା ମହୋଷଧି ଭାବେ କାମ କରେ। ସ୍କୁଲ ଯାଉଥିବା ପିଲା ବ୍ରାହ୍ମୀ ଖାଇଲେ ସେମାନଙ୍କ ପାଇଁ ଭଲ ହୋଇଥାଏ।

mental health
Photo credit: iStock

ମାନସିକ ଥକ୍କାପଣରୁ ବଞ୍ଚିବା ପାଇଁ ଅନ୍ୟ ଉପାୟ :

– ପାଣି ପର୍ଯ୍ୟାପ୍ତ ମାତ୍ରାରେ ପିଅନ୍ତୁ। ଦିନକୁ ଅତିକମରେ ୮ ରୁ ୧୦ ଗ୍ଲାସ ପାଣି ପିଅନ୍ତୁ।

– କଫି କମ୍‌ ପିଅନ୍ତୁ।

– ଆଇରନ ଯୁକ୍ତ ଫୁଡ କମ୍‌ ଖାଆନ୍ତୁ।

– ଧ୍ୟାନ ଏବଂ ଯୋଗ ଦ୍ୱାରା ମାନସିକ ଥକ୍କାପଣ ଦୂର କରିବା ବହୁତ ଲାଭକାରୀ ହୋଇଥାଏ। ତେଣୁ ପ୍ରତିଦିନ ୭ରୁ ୮ ଘଣ୍ଟା ନିଶ୍ଚିତ ଶୁଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.