ଅଧିକ ସେଓ ଖାଉଛନ୍ତି କି ? ହୋଇପାରେ ଏମିତି ୪ ପ୍ରକାରର କ୍ଷତି

ନୂଆଦିଲ୍ଲୀ : କୁହାଯାଏ “An apple a day keeps the doctor away.” ଅର୍ଥାତ୍‌ ଦିନକୁ ଯଦି ଗୋଟିଏ ସେଓ ଖାଆନ୍ତି, ତେବେ ଆପଣ ରୋଗ ଠାରୁ ଦୂରରେ ରହିବେ । ମାତ୍ର ଏକ ଅଧ୍ୟୟନରୁ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଆବଶ୍ୟକ ଠାରୁ ଅଧିକ ସେଓ ଖାଇବା ଶରୀର ପାଇଁ ୪ ଟି ବଡ଼ କ୍ଷତି ଆଣିଥାଏ । ସେଓରେ ଥିବା ଭିଟାମିନ ସି,ଫାଇବର ଓ ପୋଟାସିୟମ ଶରୀରକୁ ରୋଗ ଦାଉରୁ ରକ୍ଷା କରିଥାଏ । ହେଲେ ଏହାର ଅଧିକ ସେବନ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ ।

ସାରା ଦିନରେ କେତୋଟି ସେଓ ଖାଇବା ଉଚିତ୍‌

ଜଣେ ବ୍ୟକ୍ତିକୁ ସାରା ଦିନରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ସେଓ ଖାଇବା ଉଚିତ୍‌ ନୁହେଁ । ଯଦି ଆପଣ ଏହାଠାରୁ ଅଧିକ ସେଓ ଖାଉଛନ୍ତି ତେବେ ଆପଣଙ୍କୁ ତଳେ ଦିଆଯାଇଥିବା ୪ ଟି ସାଇଡ ଇଫେକ୍ଟ ହୋଇପାରେ ।

ହଜମ କ୍ରିୟାରେ ଅସୁବିଧା :

ଫାଇବର ଆମର ପାଚନ କ୍ରିୟାକୁ ମଜବୁତ୍‌ କରିଥାଏ । ହେଲେ ଆବଶ୍ୟକ ଠାରୁ ଅଧିକ ଫାଇବର ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାଦ୍ୱାରା ବ୍ଲୋଟିଂ ଓ କୋଷ୍ଠ କାଠିନ୍ୟ ଆଦି ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଜଣେ ବ୍ୟକ୍ତିକୁ ଦିନରେ ୨୦ ରୁ ୪୦ ଗ୍ରାମ ଫାଇବର ର ଆବଶ୍ୟକତା ପଡ଼ିଥାଏ ।

ବ୍ଲଡ ସୁଗର ମାତ୍ରା ବଢ଼ିପାରେ :

ସେଓ କାର୍ବୋହାଇଡ୍ରେଟରେ ଭରପୁର ଥାଏ । ତେଣୁ ଏକ୍ସରସାଇଜ ପୂର୍ବରୁ ସେଓ ଏକ ଭଲ ଖାଦ୍ୟ ଭାବେ ବିଚାର କରାଯାଏ । ଯଦି ଆବଶ୍ୟକ ଠାରୁ ଅଧିକ ସେଓ ଖାଆନ୍ତି ତେବେ ବ୍ଲଡ ସୁଗାର ବଢ଼ିପାରେ ।

ଆପଣ ଅଧିକ କୀଟନାଶକ ସେବନ କରିପାରନ୍ତି :

ସେଓରେ ସବୁଠୁ ଅଧିକ କୀଟନାଶକ ମାତ୍ରା ରହିଥାଏ । ଡିଫେନିଲମାଇନ ସେଓରେ ଅଧିକ ମାତ୍ରରେ ଥିବା ଦେଖାଯାଏ । ତେଣୁ ଅଧିକ ସେଓ ଖାଇବା ଦ୍ୱାରା ଅଧିକ ମାତ୍ରାରେ କୀଟନାଶକ ଶରୀରକୁ ଯାଇପାରେ ।

ଓଜନ ବଢ଼ିପାରେ :

ସେଓ କାର୍ବୋ ହାଇଡ୍ରେଟ ରେ ଭରପୁର ଥିବାରୁ ଏହା ଆପଣଙ୍କୁ ତୁରନ୍ତ ଶକ୍ତି ଦେଇଥାଏ । ହେଲେ ଅଧିକ ସେଓ ଖାଇବା ଦ୍ୱାରା ଓଜନ ବଢ଼ିଥାଏ । କାରଣ ଅଧିକ ସେଓ ଖାଇବା ଦ୍ୱାରା ଆପଣଙ୍କ ଶରୀର ଫ୍ୟାଟ ବର୍ଣ୍ଣ କରିପାରିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.