Below header

ଗିନିଜ୍ ବୁକରେ ସ୍ଥାନ ପାଇଲା ବାଂଲାଦେଶର ସବୁଠାରୁ ଛୋଟ ଗାଈ ‘ରାନୀ’, ଅତୀତରେ ଘଟିଥିଲା ମୃତ୍ୟୁ

ନିଜର ଅଳ୍ପ ଉଚ୍ଚତା ପାଇଁ ପ୍ରସିଦ୍ଧି ଲାଭ କରିଥିବା ‘ରାନୀ’ ନାମକ ଏକ ବାଂଲାଦେଶୀ ଗାଈର ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜିକୃତ ହୋଇଛି। କିଛିଦିନ ତଳେ ରାନୀର ଅକାଳ ମୃତ୍ୟୁ ଘଟିଥିଲା, ଯାହା ପରେ ରାନୀକୁ ସବୁଠାରୁ ଛୋଟ ଗାଈ ରୂପେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦିଆଯାଇଛି। କହି ରଖୁଛୁ, ଏହି ଗାଈର ଉଚ୍ଚତା ମାତ୍ର ୨୦ ଇଞ୍ଚ ଥିଲା ଅର୍ଥାତ୍‌ ୫୦.୮ ସେଣ୍ଟିମିଟର | କୁହାଯାଏ କି, ରାନୀ ଏତେ ପ୍ରସିଦ୍ଧ ଥିଲା ଯେ ଲୋକମାନେ ତାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଆସୁଥିଲେ।

କିଛି ଦିନ ପୂର୍ବେ ରାନୀର ମାଲିକ ଦାବି କରିଥିଲେ ଯେ ସେ ହେଉଛି ଦୁନିଆର ସବୁଠାରୁ ଛୋଟ ଗାଈ। ଯଦିଓ ଏଥି ପୂର୍ବରୁ ଭାରତର କେରଳରେ ଦୁନିଆର ସବୁଠାରୁ ଛୋଟ ଗାଈ ଦେଖାଯାଇଥିଲା, ଯାହାର ନାମ ଥିଲା ମାଣିକ୍ୟମ୍ ଏବଂ ଲମ୍ବ ଥିଲା ମାତ୍ର ୬୧ ସେଣ୍ଟିମିଟର। ତେବେ ମାଲିକଙ୍କ ଦାବି ପରେ ସୋସିଆଲ ମିଡିଆରେ ଏହି ଗାଈର ଫଟୋ ଭାଇରାଲ ହେବାରେ ଲାଗିଲା ଏବଂ ଲୋକମାନେ ମଧ୍ୟ ବହୁତ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ।

ଏବେ ରାନୀକୁ ଗିନିଜ ବୁକ୍‌ରେ ସ୍ଥାନ ମିଳିଛି। ରାନୀ ମାଲିକ କାଜି ମହମ୍ମଦ ସୁଫିଆନ୍ କହିଛନ୍ତି ଯେ ଗତ ସୋମବାର ତାଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡରୁ ଏକ ମେଲ୍ ମିଳିଛି, ଯେଉଁଥିରେ ରାନୀଙ୍କ ଆବେଦନ ଗ୍ରହଣ କରାଯାଇଛି। ଏଥି ସହିତ ଗିନିଜ ୱେବସାଇଟରେ ବିଶ୍ୱ ରେକର୍ଡ ଗାଈ ମଧ୍ୟ ନିଶ୍ଚିତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.