Below header

ଏହି ୧୦ ପ୍ରକାର କ୍ୟାନ୍ସରର ମୂଳ ହେଉଛି ଏହି ୫ ପାନୀୟ, କାହିଁ ଆପଣ ପିଉନାହାଁନ୍ତି ତ !

ଶରୀରର କୌଣସି ବି ଅଙ୍ଗରେ କ୍ୟାନ୍ସର ହେବା ପଛରେ କାରଣ ହେଉଛି ଖାଦ୍ୟ ପାନୀୟ । କେମିକାଲ ଯୁକ୍ତ ଜିନିଷ, ତମାଖୁ, ମଦ, ପ୍ୟାକ୍ଡ ଓ ପ୍ରୋସେସ ଫୁଡ ଏହାର ବଡ଼ କାରଣ । ଏଠାରେ ଏମିତି ୫ ପଦାର୍ଥ ସମ୍ପର୍କରେ କହିବୁ ଯାହାକୁ ଖାଇବା ଦ୍ୱାରା ଗୋଟିଏ କି ଦୁଇଟା ନୁହେଁ ୧୦ ପ୍ରକାର କ୍ୟାନ୍ସର ହେବାର ଆଶଙ୍କା ରହିଛି । କ୍ୟାନ୍ସର ଏକ ଘାତକ ଓ ଜୀବନ ନେବା ରୋଗ । କ୍ୟାନ୍ସର ବହୁ ପ୍ରକାରର ।

କ୍ୟାନ୍ସର ହେବାର କାରଣ କ’ଣ ?

ଡବ୍ଲ୍ୟୁଏଚ ଅନୁସାରେ କ୍ୟାନ୍ସରର କାରଣ ତମ୍ବାକୁ , ମୋଟାପା, ମଦ୍ୟପାନ, ଫଳ ଓ ପରିବା କମ ଖାଇବା ଓ ଶାରିରୀକ ପରିଶ୍ରମ କମ କରିବା । ଆସନ୍ତୁ ଜାଣିବା କେଉଁ ୫ ପାନୀୟ ଯାହା କ୍ୟାନ୍ସର କରିଥାଏ ।

ମଦ ସବୁଠୁ ବଡ଼ କାରଣ

କ୍ୟାନ୍ସର ହେବାର ବଡ଼ କାରଣ ହେଉଛି ମଦ । ପ୍ରତିଦିନ ଅଧିକ ମାତ୍ରାରେ ମଦ ପାନ କରୁଥିବା ବ୍ୟକ୍ତଙ୍କୁ ନେକ୍‌, ଲିଭର, ବ୍ରେଷ୍ଟ ଓ କୋଲନ କ୍ୟାନ୍ସର ହେବାର ଆଶଙ୍କା ବହୁ ଗୁଣା ବଢ଼ିଯାଇଥାଏ । କେବେ କେବେ ବି ମଦ ପିଇବାକୁ ମନା କରାଯାଇଥାଏ । ଯଦି ମହିଳା ଦିନରେ ଏକ ଡ୍ରିଙ୍କ୍ସ ଓ ପୁରୁଷ ଦୁଇ ଡ୍ରିଙ୍କ୍ସ ରୁ ଅଧିକ ପିଅନ୍ତି,ତେବେ ତାଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ଥାଏ ।

ବୋତଲ ବନ୍ଦ ପାଣି

ବଜାରରେ ମିଳୁଥିବା ବୋତଳ ପାଣି ବି କ୍ୟାନ୍ସର କାରଣ ହୋଇଥାଏ । କାରଣ ବୋତଲରେ ବିପିଏ ମିଳିଥାଏ । ଯାହା କ୍ୟାନ୍ସର ପାଇଁ ଦାୟୀ । ବିପିଏ ହରମୋନ ଅବରୋଧକ ଭାବେ କାମ କରିଥାଏ । ଯାହା କ୍ୟାନ୍ସର କାରଣ ହୋଇଥାଏ ।

କଫି

କଫି ପିଇବାର ସଉକ ବି କ୍ୟାନ୍ସର ହେବାର ଆଶଙ୍କା ବୃଦ୍ଧି କରିଥାଏ । ଯଦି କଫି ପିଉଛନ୍ତି ତ ବିନା କ୍ରିମ,ଚିନି ଓ ଫ୍ଲେବର ବାଲା କଫି ପିଅନ୍ତୁ ।

ଏନର୍ଜି ଡ୍ରିଙ୍କସ

ଏନର୍ଜି ଡ୍ରିଙ୍କସ ରେ କେଫିନ ଓ ଚିନି ମାତ୍ରା ଅଧିକ ଥାଏ, ଯାହା ବହୁ ପ୍ରକାର କ୍ୟାନ୍ସର ସୃଷ୍ଟି କରିଥାଏ । ଏହାଦ୍ୱାରା ମୋଟାପଣ ଓ ଡାଇବେଟିସ ମଧ୍ୟ ବଢ଼ିଥାଏ ।

ସୋଡା ମଧ୍ୟ କ୍ୟାନ୍ସର କାରଣ

ଜନ୍ସ ହପକିନ୍ସ ସ୍କୁଲ ଅଫ୍‌ ମେଡିସିନ ରିପୋର୍ଟ ଅନୁଯାୟୀ ଡାର୍କ ରଂଗର ସୋଡା ୪ ମେଲା ରହିଥାଏ,ଯାହା କ୍ୟାନ୍ସର କାରଣ ହୋଇଥାଏ । ଏହା ବହୁ ପ୍ରକାର କ୍ୟାନ୍ସର ସୃଷ୍ଟି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.