ସାମାନ୍ୟ କଥା କଟାକଟିରୁ ସାଂଘାତିକ ପରିଣତି: ରାସ୍ତାରେ ବାଇକ୍କୁ ଧକ୍କା ଦେଇଗଲା ସ୍କର୍ପିଓ, ଦେଖନ୍ତୁ ଭିଡିଓ
କେନ୍ୟୁଜ୍(ବ୍ୟୁରୋ):ବାଇକ୍ ଓ ଡ୍ରାଇଭର ସହ କଥା କଟାକଟି। ତା ପରେ ବାଇକ୍କୁ ଧକ୍କା ଦେଲା କାର୍ । ଅଳ୍ପକେ ବଞ୍ଚିଗଲେ ଯୁବକ । ହେଲେ ଗୋଡ଼ ଜଖମ୍ ହୋଇଗଲା। ଗତକାଲି ଦିଲ୍ଲୀ ଅର୍ଜନଗଡ଼ ମେଟ୍ରୋ ଷ୍ଟେସନ୍ ନିକଟରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଦେଖନ୍ତୁ ଏହି ଭିଡିଓ । ଯୁବକ ଜଣଙ୍କ କିଛି ସାଙ୍ଗମାନଙ୍କ ସହ ଗୁରୁଗ୍ରାମରୁ ଦିଲ୍ଲୀ ଫେରୁଥିଲେ । ରାସ୍ତାରେ ଏକ ସ୍କର୍ପିଓ ଗାଡ଼ିର ଡ୍ରାଇଭର ସହ ଯୁକ୍ତିତକ୍ତ ହେଲା ।
@PMOIndia @ArvindKejriwal @DCPNewDelhi
Please help us , the Scorpio Car driver almost killed a few of our riders and threatened to kill us by crushing us under the car.
This is not what we vote for or pay taxes for
no one was severely injured
Gears respect riders pic.twitter.com/rcZIZvP7q4— ANURAG R IYER (@anuragiyer) June 5, 2022
;
କିଛି ସମୟ ପରେ ସ୍କର୍ପିଓ ଗାଡ଼ି ବାଇକ୍କୁ ଧକ୍କା ଦେଇଥିଲା। ରାସ୍ତା କଡ଼କୁ ଛିଟ୍କି ପଡ଼ିଥିଲେ ଯୁବକ। ଯୁବକ ଜଣଙ୍କ ଜୀବନ ବଞ୍ଚି ଯାଇଥିଲା । ହେଲେ ଗୁରୁତର ଆହତ ହୋଇଛନ୍ତି। ଭିଡିଓ ଦେଖିବା ପରେ ମାମଲା ରୁଜୁ କରିବାକୁ ଯୁବକଙ୍କୁ ନିଜଆଡ଼ୁ କହିଥିଲା ଦିଲ୍ଲୀ ପୋଲିସ । ଫତେପୁର ବେରୀ ପୋଲିସ୍ ଷ୍ଟେସନ୍ରେ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । କାର୍ ଡ୍ରାଇଭର ବିରୋଧରେ ହତ୍ୟା ଉଦ୍ୟମ ଦଫ ଲଗାଇଛି ପୋଲିସ । ଖୁବ୍ ଶୀଘ୍ର ଡ୍ରାଇଭରକୁ ଗିରଫ କରାଯିବ ବୋଲି ପୋଲିସ କହିଛି।