ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୪ର ସଫଳ ପରୀକ୍ଷଣ: ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର

ବାଲେଶ୍ବର(କେନ୍ୟୁଜ୍): ମଧ୍ୟମ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୪ର ସଫଳ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଅବ୍‌ଦୁଲ କଲାମ ଦ୍ୱୀପର ୪ନଂ ଲଞ୍ଚ ପ୍ୟାଡ୍‌ରୁ ସଫଳ ପରୀକ୍ଷଣ ହୋଇଛି । ରାତ୍ରିକାଳୀନ ପରୀକ୍ଷା ଭାବେ ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ପରୀକ୍ଷା କରାଯାଇଥିବା ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି ।

ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦିଗ, ଗତି ଓ ଟାର୍ଗେଟକୁ ସଠିକ ଭାବେ ହିଟ୍‌ କରିଥିବା ବିଭାଗ ତରଫରୁ କୁହାଯାଇଛି । ଅଗ୍ନି-୪ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ଥିବା ବେଳେ ଏହାର ଓଜନ ୧୭ ଟନ୍‌ ଓ ଲମ୍ବ ୨୦ ମିଟର । ଏଥିରେ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.