ଶୀତଦିନେ ପାଦ ତଳ କୁଣ୍ଡେଇ ହେଉଛି କି? ଆପଣାନ୍ତୁ ଏହି ୫ଟି ଘରୋଇ ଉପଚାର

ତ୍ୱଚା କୁଣ୍ଡେଇ ହେଲେ, ଏହାକୁ ଡାକ୍ତରୀ ଭାଷାରେ ପ୍ରୁରିଟସ୍‌ ବୋଲି କୁହାଯାଏ। ତ୍ୱଚା ଯେତେବେଳେ ସମ୍ବେଦନଶୀଳ ହୋଇଉଠେ, ସେତେବେଳେ କୁଣ୍ଡେଇ ହେବା ଆରମ୍ଭ ହୁଏ। ତେବେ ଶରୀରର ଅନ୍ୟ ଅଙ୍ଗ ତୁଳନାରେ ପାଦ ଅଧିକ ମାତ୍ରାରେ କୁଣ୍ଡେଇ ହୋଇଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଘରୋଇ ଟିପ୍ସ। ଆସନ୍ତୁ ଜାଣିବା।

୧. ଥଣ୍ଡା ସେକ

ପାଦ କୁଣ୍ଡେଇ ହେଉଥିଲେ ଆପଣ ସେଥିରେ ଥଣ୍ଡା ସେକ ଦେଇପାରିବେ। ଏହାଠାରୁ ଭାଲ ଆଉ କୌଣସି ବି ଜିନିଷ ହୋଇପାରିବ ନାହିଁ। ଏହା ତତ୍‌କ୍ଷଣାତ୍‌ ଉପଶମ ଦେଇଥାଏ।

paaaa

୨. ଆପଲ୍‌ ସାଇଡର୍‌ ସିରକା

ଶୀତଦିନେ କୌଣସି ପ୍ରକାର ତ୍ୱଚା ସମ୍ବନ୍ଧୀୟ କୁଣ୍ଡେଇକୁ ଦୂର କରିବା ପାଇଁ ଆପଣ ଆପଲ୍‌ ସାଇଡର୍‌ ସିରକା ଉପଯୋଗ କରିପାରିବେ। ଏହା ଏକ ପ୍ରାକୃତିକ ଉପଚାର।

୩. ବେକିଂ ସୋଡା

ବେକିଂ ସୋଡା ଆପଣଙ୍କ ତ୍ୱଚାରେ ପିଏଚ୍‌ ସ୍ତରକୁ ସନ୍ତୁଳିତ ରଖିଥାଏ। ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରି ଗୁଣ ଯୋଗୁ ଏହା ତ୍ୱଚାକୁ ଆରାମ ପ୍ରଦାନ କରିଥାଏ।

paa

୪. ଓଟ୍‌ମିଲ

ଏହା କୁଣ୍ଡେଇ ହେଉଥିବା ତ୍ୱଚାକୁ ଆରାମଦାୟକ କରିଥାଏ। ଏଥିରେ ଆଣ୍ଟି-ଇରିଟେଟିଙ୍ଗ୍‌, ଆଣ୍ଟି-ଇନ୍‌ଫ୍ଲାମେଟୋରି ଏବଂ ନମନୀୟ ଗୁଣ ଭରିରହିଥିବାରୁ ଏଥିରୁ ଆପଣଙ୍କୁ ଉପଶମ ମିଳିପାରିବ।

୫. ଘିକୁଅାଁରୀ

ଏଥିରେ ଭିଟାମିନ୍‌ ଇ ଭରପୂର ମାତ୍ରାରେ ରହିଥାଏ, ଯାହା ପାଦର ତ୍ୱଚାକୁ ନରମ କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଆପଣଙ୍କ ପାଦ କୁଣ୍ଡେଇ ହେବାରୁ ମୁକ୍ତି ପାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.