Below header

ଏସିଡ଼ିଟିରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ୫ ଅଦ୍ଭୁତ ତରିକା, ମିଳିବ ବହୁତ ଫାଇଦା

ଗରମ ଦିନରେ ଏସିଡ଼ିଟି ଏକ ସାଧାରଣ ସମସ୍ୟା | ଗରମ ଦିନରେ ଖାଦ୍ୟ ବହୁତ କଷ୍ଟରେ ହଜମ ହୋଇଥାଏ | ଫଳରେ ଲୋକେ ଅଧିକାଂଶ ସମୟ ଏସିଡ଼ିଟିରେ ଆକ୍ରାନ୍ତ ହୋଇଥାନ୍ତି | ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଝାଡ଼ୁଆ ପାନୀୟ ଠିକ କରିବା ସହ ଦହି, ଫଳ, ନଡ଼ିଆ ପାଣି ଓ ଥଣ୍ଡା ଜିନିଷ ଖାଇବା ଉଚିତ | ଆସନ୍ତୁ ଜାଣିବା ଏସିଡ଼ିଟିରୁ ରକ୍ଷା ପାଇବାର ସହଜ ତରିକା |

1- ଥଣ୍ଡା ଦୁଗ୍ଧ : ଥଣ୍ଡା ଦୁଗ୍ଧ ଏସିଡ଼ିଟି ଦୂର କରିବାର ଏକ ସବୁଠାରୁ ପାୱାରଫୁଲ ପଦାର୍ଥ ହିସାବରେ ମନାଯାଇଥାଏ | ଥଣ୍ଡା ଦୁଗ୍ଧ ପିଇବା ଦ୍ୱାରା ଗ୍ୟାସ୍ଟ୍ରକ ସିଷ୍ଟମ ଠିକ ହୋଇଥାଏ ଏବଂ ହାର୍ଟ ବର୍ନ ବା କୌଣସି ପ୍ରକାର ଜ୍ଵଳନ ତୁରନ୍ତ ଶାନ୍ତ ହୋଇଯାଇଥାଏ |

2-କଦଳୀ : ଗରମ ଦିନରେ ସବୁ ଲୋକ କଦଳୀ ଖାଇଥାନ୍ତି | କଦଳୀରେ ପୋଟାସିୟମର ମାତ୍ରା ଅଧିକ ଥାଏ | ଫାଇବରର ମାତ୍ରା ଅଧିକ ଥିବାରୁ ପେଟ ବହୁତ ସମୟ ପର୍ଯ୍ୟନ୍ତ ପୁରିଲା ପୁରିଲା ଲାଗିଥାଏ | ଭୋକ ମଧ୍ୟ ଲାଗି ନଥାଏ | ଏହିପରି କଦଳୀ ଆପଣଙ୍କୁ ଏସିଡ଼ିଟି ସହିତ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ |

3-ତରଭୁଜ  : ତରଭୁଜରେ ଫାଇବରର ମାତ୍ରା ଅଧିକ ରହିଥାଏ | ଏଥିରେ ପାଣିର ମାତ୍ରା ବି ବହୁତ ଅଧିକ ଥାଏ, ଯାହାକୁ ଖାଇଲେ ପେଟ ବହୁତ ସମୟ ଯାଏଁ ପୁରିଲା ରହିଥାଏ | ତରଭୁଜ ଦ୍ୱାରା ଶରୀର ମଧ୍ୟ ହାଇଡ୍ରେଟେଡ଼ ରହିଥାଏ | ଏହାକୁ ଖାଇବା ଦ୍ୱାରା ଶରୀରରେ ପିଏଚ ଲେବଲ ମଧ୍ୟ କମିଯାଇଥାଏ | ଯଦ୍ୱାରା ଏସିଡ଼ିଟି ଦୂର ହୋଇ ଯାଇଥାଏ |

4- ନଡ଼ିଆ ପାଣି  : ନଡ଼ିଆ ପାଣି ସବୁଠାରୁ ଶୁଦ୍ଧ ଏବଂ ଲାଭଦାୟକ ବୋଲି ମନାଯାଇଥାଏ | ଏହା ଏକ କ୍ଳିଙ୍ଗଜିଙ୍ଗ ଭାବରେ ପୁରା ଶରୀରକୁ ସଫା କରିବାରେ ସାହାଯ୍ୟ କରିଥାଏ | ଯଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର କରି ଦେଇଥାଏ | ନଡ଼ିଆ ପାଣିରେ ଫାଇବର ମାତ୍ରା ମଧ୍ୟ ଅଧିକ ଥାଏ | ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭରି ରହିଥାଏ ଏବଂ ନଡ଼ିଆ ପାଣି ପିଇବା ଦ୍ୱାରା ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ |

5- ପଣା  : ଗରମ ଦିନରେ ପଣା ,ଦହି ଏବଂ ଲସୀକୁ ଖାଦ୍ୟ ହିସାବରେ ନିଅନ୍ତୁ | ଏହା ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ | ଏଥିରେ ଥିବା ବ୍ୟାକ୍ଟେରିଆ ପେଟରେ ଏସିଡ ହେବାକୁହିଁ ଦିଏନାହିଁ| ଦହିରେ ତିଆରି ଜିନିଷ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ | ଏହାଦ୍ୱାରା ଏସିଡ଼ିଟିରୁ ମୁକ୍ତି ମିଳିଥାଏ ଏବଂ ଶରୀର ସୁସ୍ଥ ରହିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.