ବନ୍ଧୁକ ଛାଡି କମ୍ପ୍ୟୁଟର ଶିକ୍ଷାରେ ସଫଳ ପାଇଲେ ଆତ୍ମସମର୍ପଣ କରିଥିବା ମାଓବାଦୀ: ଡିଜିପି ଦେଲେ ସାର୍ଟିଫିକେଟ

ନବରଙ୍ଗପୁର(କେନ୍ୟୁଜ୍): ଆତ୍ମସମର୍ପଣ କରିଥିବା ମାଓନେତ୍ରୀ କମଳେଶ୍ୱରୀ ମାରୀଙ୍କୁ କମ୍ପ୍ୟୁଟର କୋର୍ସ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ଡିଜିପି। କମଳେଶ୍ୱରୀ ୩ ମାସିଆ କମ୍ପ୍ୟୁଟର ଟ୍ରେନିଂ ପ୍ରୋଗ୍ରାମ ସଫଳତା ପୂର୍ବକ ଶେଷ କରିଛନ୍ତି। ନବରଙ୍ଗପୁର ଗସ୍ତ ବେଳେ ଏହି ସାର୍ଟିଫିକେଟ ପ୍ରଦାନ କରିଛନ୍ତି।

surrender2

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ । କମଳେଶ୍ୱରୀଙ୍କ ଉଦାହରଣ ଅନ୍ୟ ମାଓବାଦୀଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.