ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶ୍ୱବନ ଦିବସ କାର୍ଯ୍ୟକ୍ରମ: ରାଜ୍ୟରେ ବଢିଛି ରେକର୍ଡଭୁକ୍ତ ବୃକ୍ଷ ଓ ଜଙ୍ଗଲ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶ୍ୱବନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ବନ ଦିବସର ବିଷୟ ବସ୍ତୁ ଜଙ୍ଗଲ ଏବଂ ସ୍ଥାୟୀ ଉତ୍ପାଦନ ଓ ବ୍ୟବହାର । ରାଜ୍ୟରେ ରେକର୍ଡଭୁକ୍ତ ବୃକ୍ଷ ଓ ଜଙ୍ଗଲ ଆଚ୍ଛାଦିତ ଅଂଚଳ ୫୭ ହଜାର ୧୬୦ କିଲୋମିଟର । ଯାହାକି ସାରା ରାଜ୍ୟର ମୋଟ ଭୌଗୋଳିକ ଅଂଚଳର ଶତକଡା ୩୬.୭୧ ପ୍ରତିଶତ । ଏହି ଅବସରରେ ଏକ ସ୍ମରଣିକା Highlights of Odisha Forestry, Sector 20-21 ଓ State Forestry Award Winers – 20-22 ଉନ୍ମୋଚିତ ହୋଇଛି । ପରିବେଶର ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ୨ ଜଣ ବନାଞ୍ଚଳ ଅଧିକାରୀ, ୬ ଜଣ ବନପାଳ ଓ ୧୨ ଜଣ ବନରକ୍ଷୀଙ୍କୁ “ରାଜ୍ୟ ବନ ପୁରସ୍କାରରେ ସମ୍ମାନିତ କରାଯାଇଛି ।

forest day3

୨୦୨୧-୨୨ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ମାଧ୍ୟମରେ ସାରା ରାଜ୍ୟରେ ୧.୦୯ ଲକ୍ଷ ହେକ୍ଟର ପରିମିତ ସ୍ଥାନରେ ୩.୬୫ କୋଟି ଚାରା ବୃକ୍ଷରୋପଣ କରାଯାଇଛି । ୪ ହଜାର ୭୨୭ କି.ମି. ପଥପାର୍ଶ୍ୱ ବନୀକରଣ କରାଯାଇଛି । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି। ଶିମିଳିପାଳରେ ବାଘ ସଂଖ୍ୟା ବଢିବାର ସଂକେତ ମିଳିଛି । ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବା ପାଇଁ ରେଳ ବିଭାଗ ସହ ଆଲୋଚନା ହୋଇଛି । ଝୁଲୁଥିବା ବିଦ୍ୟୁତ ତାର ଗୁଡିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ଶକ୍ତି ବିଭାଗକୁ ଅଧିକ ଅର୍ଥ ଦିଆଯାଇଥିବା ଜଙ୍ଗଲ ବିଭାଗ ସଚିବ ମୋନା ଶର୍ମା ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.