Below header

ଏସବୁ ମସଲାରେ ଲୁଚି ରହିଛି ସ୍ୱାସ୍ଥ୍ୟ ରହସ୍ୟ, ଆପଣଙ୍କୁ ଦେବ ଅଦ୍ଭୁତ ସ୍ୱାସ୍ଥ୍ୟଲାଭ

କିଛି ଲୋକ ଭାବିଥାଆନ୍ତି, ଅତ୍ୟଧିକ ମସଲା ଖାଇଲେ, ତାହାର ଖରାପ ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ରୋଷେଇ ଘରେ ସହଜରେ ଉପଲବ୍ଧ ହେଉଥିବା ଏହି ୫ଟି ମସଲା ଆମ ଶରୀର ପାଇଁ ଖୁବ୍‌ ଲାଭଦାୟକ। ଆସନ୍ତୁ ଜାଣିବା କ’ଣ ସେ ସବୁ ସମଲା।

୧. ଜିରା

ଜିରା ପାଚନ କ୍ରିୟା ଏବଂ ପ୍ରତିରକ୍ଷା ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହାର ଆଣ୍ଟିସେପ୍ଟିକ୍‌ ଗୁଣ ଆପଣଙ୍କୁ ବିଭିନ୍ନ ସଂକ୍ରମଣ ରୋଗ ସହିତ ଲଢ଼ିବାରେ ଶକ୍ତି ଯୋଗାଇଥାଏ। ପେଟ ଯନ୍ତ୍ରଣା, ଅଜୀର୍ଣ୍ଣ, ଡାଇରିଆ, ବାନ୍ତି ଲାଗିବା, ସକାଳ ଦୁର୍ବଳତାକୁ ନିୟନ୍ତ୍ରିତ କରିଥାଏ ଜିରା। ଆଇରନ୍‌ ମାତ୍ରା ଥିବାରୁ ଏହା ଗର୍ଭବତୀ ମହିଳା, ସ୍ତନପାନ କରାଉଥିବା ମା’ମାନଙ୍କ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ।

pa2୨. ହଳଦୀ

ହଦଳୀକୁ ଏକ ପ୍ରାକୃତିକ ଯନ୍ତ୍ରଣାନାଶକ ବୋଲି କୁହାଯାଇଥାଏ। ଦେଶର ସବୁ ଜାଗାରେ କାଶ ଏବଂ ଥଣ୍ଡାକୁ ମୁକ୍ତି ପାଇବା ପାଇଁ ଗୋଟିଏ ଚୁଟ୍‌କି ହଳଦୀ ସହିତ ଗରମ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଥାଏ। ମୁଣ୍ଡ ବିନ୍ଧା, ଥଣ୍ଡା, ଫୁସ୍‌ଫୁସ୍‌ ସଂକ୍ରମଣ, ଜ୍ୱର, ଶ୍ୱାସନଳୀରେ ସମସ୍ୟା, ଗଣ୍ଠିବାତ ଆଦି ସମସ୍ୟାକୁ ଏଡ଼ାଇବା ପାଇଁ ହଳଦୀର ଉପଯୋଗ ବେଶ୍‌ ଲାଭଦାୟକ। ଏହାସହିତ ବ୍ରଣ ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ।

୩. ଅଦା

ଆୟୁର୍ବେଦ ଅନୁସାରେ, ଅଦା ଏକ କ୍ଷୁଧାବର୍ଦ୍ଧକ ମସଲା। ଏହାକୁ ପାଚନ ସହାୟକ ରୂପରେ ଉପଯୋଗ କରାଯାଇଥାଏ। ଯଦି ଆପଣ ଚା’ ପ୍ରସ୍ତୁତ କଲା ବେଳେ ସେଥିରେ ଅଦା ଛେଚା ପକାଇବେ, ତା’ହେଲେ ଏହା ସାଧାରଣ ଥଣ୍ଡା, କାଶ, ଶ୍ୱାସନଳୀ ସଂକ୍ରମଣକୁ ଦୂରେଇଦେବ। ଯଦିଦାନ୍ତ ମୂଳରେ ଖଣ୍ଡିଏ ଅଦା ଜାକିବେ, ଏହା ଖୁବ୍‌ ଲାଭଦାୟକ ହେବ। ଏହା କାଶରୁ ମଧ୍ୟ ମୁକ୍ତି ଦେଇଥାଏ। ଏପରି କି, ପେଟ ସମସ୍ୟାକୁ ବି ଅଦା ଦୂର କରିଥାଏ।

pa3

୪. ହେଙ୍ଗୁ

ହେଙ୍ଗୁ ପାଚନରେ ଖୁବ୍‌ ସାହାଯ୍ୟ କରିଥାଏ। ଶିଶୁମାନଙ୍କ ଅମ୍ଳଶୂଳକୁ ଉପଶମ ଦେଇଥାଏ। ମାସିକ ଧର୍ମ ସମ୍ବନ୍ଧିତ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ହେଙ୍ଗୁ ବିଭିନ୍ନ ଶାରୀରିକ ଯନ୍ତ୍ରଣାକୁ ମଧ୍ୟ ଉପଶମ କରିଥାଏ।

୫. ଡାଲଚିନି

ଡାଲଚିନି କୋଲେଷ୍ଟ୍ରୋଲ ସ୍ତର ଏବଂ ରକ୍ତ ଶର୍କରାକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ଏହା ଟାଇପ୍‌ ୨ ମଧୁମେହ ରୋଗୀଙ୍କ ପାଇଁ ବହୁତ ଫଳପ୍ରଦ। ଏହା ଗଣ୍ଠିବାତ ସମସ୍ୟାକୁ ବି ଦୂର କରିଥାଏ। ଏହା ଏକ ଜୀବାଣୁ ନିରୋଧି ମସଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.