Whatsapp ଖୁବ୍‌ ଶୀଘ୍ର ଆରମ୍ଭ କରିବାକୁ ଯାଉଛି ବିଜ୍ଞାପନ ସୁବିଧା, କଣ ଆପଣ ଖୁସି ତ ?

ସମସ୍ତଙ୍କ ପ୍ରିୟ ହ୍ଵାଟ୍ସଆପ୍ ଗତ ବର୍ଷ ନିଜର ଉପଭୋକ୍ତାଙ୍କ ପାଇଁ ଅନେକ ନୂଆ କଥା ଆଣିଥିଲା । ଏବେ ନୂଆ ବର୍ଷ ୨୦୨୦ରେ ଦୁନିଆର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ପାଇଁ ଆହୁରି ଏକ ଚମତ୍କାର ବର୍ଷ ହେବାକୁ ଯାଉଛି। ଅନ୍ୟ ସୋସିଆଲ ମିଡିଆ ଭଳି ହ୍ଵାଟସଆପ୍‌ ମଧ୍ୟ ବିଜ୍ଞାପନ ବ୍ୟବସ୍ଥା କରିବାକୁ ଯାଉଛି ।

WHATS AAP

ସୂଚନା ମୁତାବକ, ନେଦରଲ୍ୟାଣ୍ଡରେ ଫେସବୁକ୍ ମାର୍କେଟିଂ ସମିତି (ଏଫଏମସି) ଗତ ବର୍ଷ ହ୍ଵାଟ୍ସଆପ୍ ରେ ବହୁତ ଜଲଦି ବିଜ୍ଞାପନ ଷ୍ଟାଟସ ଆଡ୍ ଜାରି କରିବା ପାଇଁ ଘୋଷଣା କରିଥିଲା। ହ୍ଵାଟ୍ସଆପ୍ କହିବାନୁଯାୟୀ ଏହି ‘ଷ୍ଟାଟସ ବିଜ୍ଞାପନ’ ରେ ଉପଭୋକ୍ତାମାନେ ନିଜ ସମ୍ବନ୍ଧିତ ବିଜ୍ଞାପନ ସହ ବିଜ୍ଞାପନଦାତାଙ୍କ ନାଁ ଜାଣି ପାରିବେ। କିନ୍ତୁ ଏହି ଷ୍ଟାଟସ୍ ବିଜ୍ଞାପନ ଫିଚର୍ସ କେବେ ଆରମ୍ଭ ହେବ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପ୍ରକାଶ ପାଇନାହିଁ। ତେବେ ହ୍ଵାଟସଆପ୍‌ ସମେତ ଇନଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ମଧ୍ୟ ବିଜ୍ଞାପନ ଦେଇ ହେବ ।

whatsapp-1

ଗ୍ରାହକଙ୍କୁ ନିଜ ପ୍ରଡକ୍ଟର ବିଜ୍ଞାପନ ଦେବା ପାଇଁ ସେବା ପୃଷ୍ଠକୁ ଯାଇ ସ୍ୱାଇପ୍ କରିବାକୁ ପଡିବ। ସେହିଭଳି ଇନଷ୍ଟାଗ୍ରାମ ଷ୍ଟୋରେଜରେ ଏହିଭଳି କରାଯାଇ ପାରିବ । ହ୍ଵାଟ୍ସଆପ୍ ବିଜ୍ଞାପନକୁ ଆପଣଙ୍କ ହ୍ଵାଟ୍ସଆପ୍ ଷ୍ଟାଟସରେ ଏକାଠି କରାଯିବ। ସେହିଭଳି ଇନଷ୍ଟାଗ୍ରାମ ଷ୍ଟୋରେଜ୍‌ରେ ମଧ୍ୟ ଇନଷ୍ଟାଗ୍ରାମ ବିଜ୍ଞାପନ ଏକାଠି କରାଯିବ। ଏହାପରେ ଆପଣଙ୍କ ହ୍ଵାଟ୍ସଆପ୍ ଷ୍ଟାଟସରେ ଚିତ୍ର, ଭିଡିଓ, ଟେକ୍ସଟ୍‌ ଏବଂ ଅନ୍ୟ ମଲ୍ଟିମିଡିଆ ଫାଇଲ ଦେଖାଯିବ । ଯେପରି ଆପଣ ନିଜ ସମ୍ପର୍କୀୟଙ୍କୁ ପଠାଇବା ପାଇଁ ଅପଲୋଡ୍ କରୁଛନ୍ତି, ଠିକ୍‌ ସେହିପରି। Whatsapp ବିଜ୍ଞାପନ ସମାନ ଉପାୟରେ କାମ କରିବ, ଯେପରି ଆପଣଙ୍କ ହ୍ଵାଟ୍ସଆପ୍ ଷ୍ଟାଟସ୍ରେ କେବଳ ବିଜ୍ଞାପନଦାତାଙ୍କ ନାମ ଏବଂ ବିଜ୍ଞାପନର ଝଲକ୍ ଦେଖାଯିବ। ସମସ୍ତ ବିଜ୍ଞାପନ ଦେଖିବା ପାଇଁ ଉପଭୋକ୍ତାଙ୍କୁ ସ୍ୱାଇପ୍ କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.