ଆପଣ ଜାଣିଛନ୍ତି କି, ପୁଅମାନେ ବି ନିଜ ଗର୍ଲଫେଣ୍ଡ ପାଖରୁ ଶୁଣିବାକୁ ଚାହାନ୍ତି କିଛି ତାରିଫ୍ !

ଆମେ ସମସ୍ତେ ଜାଣିଛେ ଝିଅମାନଙ୍କୁ ନିଜ ବୟଫ୍ରେଣ୍ଡଙ୍କ ମୁହଁରୁ ନିଜର ତାରିଫ୍ ଶୁଣିବା ପାଇଁ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ କ’ଣ କେବେବି ଏହି କଥା ଉପରେ ଧ୍ୟନ ଦେଇଛନ୍ତି ଆପଣଙ୍କ ମୁହଁରୁ କିଛି ଖାସ୍ ଏମିତି କଥା ଶୁଣିବା ପାଇଁ ଚାହିଁଥାନ୍ତି ଆପଣଙ୍କ ବୟଫ୍ରେଣ୍ଡ୍ । ଆସନ୍ତୁ ଏବେ ଜାଣିବା କେଉଁ କଥା ଶୁଣିବା ପାଇଁ ବୟଫ୍ରେଣ୍ଡ୍ ମାନଙ୍କ ମନ ତରସି ଥାଏ ।

• ସବୁ ପୁଅ ଚାହିଁଥାନ୍ତି କି ସେମାନଙ୍କ ଗଲଫ୍ରେଣ୍ଡ ତାଙ୍କୁ ଅନୁଭବ କରାନ୍ତୁ କି ସେମାନଙ୍କ ଜୀବନରେ କେତେ ମହତ୍ତ୍ବ ଥାଏ । ପୁଅ ମାନେ ଶୁଣିବାକୁ ଚାହିଁଥାନ୍ତି ନିଜ ସାଥୀଙ୍କ ଠାରୁ କି, ତମେ ଯେତେବେଳେ ମୋ ପାଖରେ ଥାଅ ସେତେବେଳେ ମୁଁ ନିଜକୁ ବିଲକୁଲବି ଏକା ଭାବି ନଥାଏ ।

• ଯେମିତି ଝିଅ ମାନେ ଶୁଣିବାକୁ ପସନ୍ଦ କରିଥାନ୍ତି ପୁଅ ମାନଙ୍କ ଠାରୁ ଲୁକ୍ ଠିକ ଅଛି, ହେୟାର ଷ୍ଟାଇଲ୍ ମସ୍ତ୍ ହୋଇଛି ସେହି ଭଳି ପୁଅ ମାନେ ମଧ୍ୟ ଚାହିଁଥାନ୍ତି କି ତାଙ୍କ ଗଲଫ୍ରେଣ୍ଡ ମଧ୍ୟ କୁହନ୍ତୁ କି ତମେ କେତେ ସ୍ମାଟ୍ ଦେଖାଯାଉଛ । ହେୟାର ଷ୍ଟାଇଲ୍ ଏବଂ ଫିଟନେସ୍ ଏକଦମ୍ ର୍ପଫେକ୍ଟ ବୋଲି ।

• ସଂପର୍କର କିଛି ଦିନ ପରେ ଟିକେବି ଝଗଡା ହେଲେ ଝିଅମାନେ କହିଥାନ୍ତି ତମେ ଆଗଭଳି ଆଉ ହେଇକି ନାହଁ କାହିଁକିନା ସଂପର୍କ ଆରମ୍ଭରୁ ପୁଅମାନେ ଝିଅଙ୍କର ଛୋଟ ଛୋଟ କଥା ଉପରେ ଧ୍ୟାନ ଦେଇଥାନ୍ତି ତାପରେ ଏମିତି ନହେବା ଦ୍ବାରା ଝିଅମାନଙ୍କୁ ଏସବୁ ଫରକ ପଡିଥାଏ । ଏହି ସବୁ କଥା ଶୁଣିବା ପାଇଁ ସବୁ ପୁଅ ଚାହିଁ ନଥାନ୍ତି । ସେମାନେ ଚାହାଁନ୍ତି ତାଙ୍କ ସାଥୀ କୁହନ୍ତୁ ତମେ ସର୍ବଦା ମୋ ସହ ଏମିତି ରୁହନ୍ତୁ । ତମେ ପାଖରେ ଥିଲେ ମତେ କୌଣସି ଜିନିଣର ଆବଶ୍ୟକତା ପଡିନଥାଏ ।

• ପୁଅମାନେ ଏକଥାବି ଶୁଣିବାକୁ ପସନ୍ଦ କରିଥାନ୍ତି କି ମୁଁ ଅନେକ ପୁଅଙ୍କ ସହ ମିଶିଛି ଅନେକ ପୁଅ ମୋର ସାଙ୍ଗ ମଧ୍ୟ କିନ୍ତୁ ସମସ୍ତଙ୍କ ଠାରୁ ତମେ ବହୁତ ଖାସ୍ ମୋ ପାଇଁ । ଏହା ସହ ତମେ ସବୁଠାରୁ ଅଲଗା ଯେମିତି ତମେ ମତେ ସମ୍ଭାଳିଥାଅ ସେମିତି କେହିବି ପାରିବେନି ।

• ପୁଅ ମାନେ ସର୍ବଦା ଚାହିଁଥାନ୍ତି ତାଙ୍କ ଝିଅ ସାଥୀ ତାଙ୍କୁ ବିଶ୍ବାସ କରନ୍ତୁ ଏବଂ କୁହନ୍ତୁ ତମେ ଯେଉଁଠିବି ଥାଅ ଯାହା ସହବି ଥଅ ମତେ କିଛି ଫରକ ପାଡେ ନାହିଁ କାହିଁକିନା ମୁଁ ଜାଣେ ତମେ କେବଳ ମୋର । ଆଉ ମୁଁ ତୁମକୁ ବହୁତ ବିଶ୍ବାସ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.