କାର୍ତ୍ତିକଙ୍କ ନୂଆ ନାୟିକା : ଲୁକାଛୁପିରେ ଆସିବେ ଏକାଠି

ମୁମ୍ବାଇ : ଯୁବପିଢ଼ିର ମନରେ ରାଜ କରୁଥିବା କାର୍ତ୍ତିକ ଆରୟାନ ଖୁବ ଶୀଘ୍ର ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏଥିରେ ତାଙ୍କ ସହ ରହିଛନ୍ତି ନୂଆ ନାୟିକା। ଫିଲ୍ମ ଲୁକା ଛୁପିରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି କାର୍ତ୍ତିକ ଆରୟାନ ଓ କ୍ରିତି ସାନନ୍। ଫିଲ୍ମ ପାଇଁ ଉଭୟଙ୍କ ଲୁକ୍ ଟେଷ୍ଟ ସମୟର ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ଉଭୟଙ୍କୁ ବ୍ରାଇଡାଲ ଗେଟଅପରେ ଦେଖିବାକୁ ମିଳିଛି।

luca-chuppi

ଖୁବ୍ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ। ମଥୁରା, ଆଗ୍ରା ଓ କାର୍ତ୍ତକଙ୍କ ହୋମ୍ ଟାଉନ୍ ଗ୍ଵାଲିୟରରେ ଫିଲ୍ମର ସୁଟିଂ ହେବ। ଫିଲ୍ମରେ କାର୍ତ୍ତିକଙ୍କୁ ମଥୁରାର ଏକ ଲୋକାଲ ଟିଭି ଚ୍ୟାନେଲର ରିପୋର୍ଟର ଭୂମିକାରେ ଦେଖିବାକୁ ମିଳିବ। କାର୍ତ୍ତିକଙ୍କ ଲେଡି ଲଭ୍ ସାଜୁଛନ୍ତି କ୍ରିତି ସାନନ୍। ପ୍ରଥମ ଥର କାର୍ତ୍ତିକ ଓ କ୍ରିତିଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ। ଏହି କମିକ ଲଭ୍ ଷ୍ଟୋରୀର ନିର୍ଦ୍ଦେଶନା ଦେଉଛନ୍ତି ଲକ୍ଷ୍ମଣ ଉଟେକର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.