Below header

୫୦ ବର୍ଷ ବୟସ୍କ ଲୋକେ ହୋଇଯାଆନ୍ତୁ ସାବଧାନ, ବୃଦ୍ଧକାଳରେ ଏହି ରୋଗ ବଢାଇପାରେ ଆପଣଙ୍କ ଚିନ୍ତା

ମଣିଷର ବୟସ ବଢିବା ସଙ୍ଗେ ସଙ୍ଗେ ରୋଗ ମଧ୍ୟ ବଢିଚାଲିଥାଏ। ଏହାମଧ୍ୟରେ କିଛି ରୋଗ ଏପରି ରହିଛି, ଯାହା ବୃଦ୍ଧକାଳରେ ଯନ୍ତ୍ରଣା ବଢାଇଦିଏ। ବିଶେଷଜ୍ଞଙ୍କ କହିବାନୁଯାୟୀ, ବୟସ ବଢିବା ସହିତ ମଣିଷ ଶରୀରର ପ୍ରତିରୋଧକ କ୍ଷମତା ମଧ୍ୟ କମ୍‌ ହୋଇଯାଏ। ତେଣୁକରି ଶରୀର ରୋଗାଗ୍ରସ୍ତ ହୋଇପଡେ। କିନ୍ତୁ କିଛି ରୋଗ ଏଭଳି ରହିଛି ଯାହା ୫୦ରୁ ଅଧିକ ବୟସ ମହିଳା ଏବଂ ପୁରୁଷମାନଙ୍କ ଠାରେ ଦେଖିବାକୁ ମିଳିଥାଏ।

0-

ହୃଦ୍‌ ରୋଗ :

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆମେରିକାରେ ଅଧିକ ବୃଦ୍ଧ ହୃଦରୋଗର ଶିକାର ହେଉଛନ୍ତି । ୫୦ ବର୍ଷ ରୁ ଅଧିକ ବୟସ ହେବା କ୍ଷଣି ଏହି ରୋଗର ବିପଦ ବଢିଯାଏ। ଭାରତୀୟମାନଙ୍କ ମଧ୍ୟରେ ଏହି ରୋଗ ମଧ୍ୟ ଅଧିକ ଦେଖିବାକୁ ମିଳିଲାଣି। ଆମେରିକାରେ ୪ ଜଣଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହାର୍ଟଆଟାକ ଯୋଗୁଁ ହୋଇଥାଏ। ଏଠାରେ ବର୍ଷକୁ ୬ ଲକ୍ଷ ୩୦ ହଜାର ରୋଗୀ କେବଳ ହାର୍ଟଆଟାକରେ ମରିଥାନ୍ତି। ରିପୋର୍ଟ ମୁତାବକ, ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆମେରିକାରେ ହାର୍ଟଆଟାକରେ ମରିଥାଏ।

67

କ୍ୟାନସର :

ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ କହିବା ମୁତାବକ, ହାର୍ଟଆଟାକ ପରେ ଦ୍ୱିତୀୟ ସ୍ଥାନକୁ କ୍ୟାନସର ଅକ୍ତିଆର କରିନେଇଛି। ହାର୍ଟ ଆଟାକ ପରେ ସବୁଠାରୁ ଅଧିକ ଲୋକ କ୍ୟାନସର ଯୋଗୁଁ ମରୁଛନ୍ତି। ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଫୁସଫୁସ୍‌ ଜନିତ କ୍ୟାନସର ହେବାର ସମ୍ଭାବନା ରହିଥାଏ। ସେହିପରି ମହିଳାମାନଙ୍କୁ ସନ୍ତ କ୍ୟାନସର ହୋଇଥାଏ। କେବଳ ଏହା ନୁହେଁ ଏହାଛଡା ପେଟ କିମ୍ବା ପ୍ରୋଟେଷ୍ଟ କ୍ୟାନସର ମଧ୍ୟ ହୋଇଥାଏ।

Heart-patient1

ଷ୍ଟ୍ରୋକ୍‌ :

ଏହା ମସ୍ତିଷ୍କ ସମ୍ବନ୍ଧିତ ରୋଗ। ହାର୍ଟ ଆଟାକ ଏବଂ କ୍ୟାନସର ପରେ ଅଧିକ ଲୋକ ଷ୍ଟ୍ରୋକ ଯୋଗୁଁ ମୃତ୍ୟୁବରଣ କରିଥାନ୍ତି। ଏହା ସବୁଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.