ଅର୍ଜୁନ୍ କପୁରଙ୍କୁ ମିଳିଥିଲା ଫିଲ୍ମ ‘କବୀର ସିଂହ’ର ଅଫର୍‌, ହେଲେ ଜାଣନ୍ତୁ ଏହି ସୁଯୋଗକୁ କାହିଁକି କଲେ ହାତଛଡା

ଚଳିତ ବର୍ଷ ବକ୍ସ ଅଫିସ୍ ରେ ସବୁଠୁ ବଡ଼ ବ୍ଲକ୍ବଷ୍ଟର ଫିଲ୍ମ ଭାବେ ଧୂଆଁଧାର୍‌ ଇନ୍‌କମ୍‌ କରିଛି ‘କବୀର ସିଂହ’। ଫିଲ୍ମଟି ବକ୍ସ ଅଫିସ୍ ରେ ୩୫୦ କୋଟିରୁ ଅଧିକ ଟଙ୍କା ଆୟ କରି ଅଲ୍ ଟାଇମ୍ ବ୍ଲକବଷ୍ଟର ହୋଇଯାଇଛି। ଏହି ଫିଲ୍ମକୁ ନେଇ ଏବେବି କ୍ରେଜ୍ ରହିଛି। ତେଲୁଗୁ ଫିଲ୍ମ ‘ଅର୍ଜୁନ୍ ରେଡ୍ଡୀ’ ର ଏହି ରିମେକ୍ ଫିଲ୍ମରେ ଶାହିଦ୍ କପୁରଙ୍କ ଦମଦାର୍ ଅଭିନୟ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି। ଅନେକ ଏବେ କବୀର ସିଂହର ଷ୍ଟାଇଲ୍କୁ ଫଲୋ କରୁଛନ୍ତି। ସୋସିଆଲ୍‌ ମିଡିଆରେ ବି କବୀର ସିଂହର ଷ୍ଟାଇଲ୍ ଓ ଅନ୍ଦାଜ୍କୁ ନେଇ ଅନେକ ପୋଷ୍ଟ ଭାଇରାଲ୍ ହେଉଛି। ହେଲେ ଆପଣମାନେ ଜାଣି ନଥିବେ ଏହି ରୋଲ୍ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଶାହିଦ୍ କପୁର ନଥିଲେ।

sahidସୂଚନା ଅନୁଯାୟୀ, ଏହି ଫିଲ୍ମରେ ଲିଡ୍ ରୋଲ୍ ପାଇଁ ନିର୍ମାତା ଅର୍ଜୁନ୍ କପୁରକୁ ନେବାକୁ ଚହୁଁଥିଲେ। ପ୍ରଯୋଜକ ମୁରାଦ ଖେତାନୀ ଓ ଅଶ୍ୱିନ ବର୍ଦେ ‘ଅର୍ଜୁନ୍ ରେଡ୍ଡୀ’ ଙ୍କର ହିନ୍ଦୀ ରାଇଟ୍ସ ନେବା ପରେ ଅର୍ଜୁନଙ୍କୁ ଫିଲ୍ମରେ କାଷ୍ଟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କାରଣ ସେମାନେ ପୂର୍ବରୁ ଫିଲ୍ମ ‘ମୁବାରକାଁ’ରେ ଏକାଠି କାମ କରିସାରିଥିଲେ। ହେଲେ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ପୂର୍ବରୁ ହିଁ ଶାହିଦ୍ ଙ୍କୁ ଏହି ରୋଲ୍ ରେ ଅଭିନୟ କରିବା ପାଇଁ କଥା ଦେଇଥିଲେ। ତେଣୁ ଅର୍ଜୁନ୍ ପଛକୁ ହଟି ଯାଇଥିଲେ। କାରଣ ସେ ଚାହୁଁ ନଥିଲେ ଯେ ତାଙ୍କ ପାଇଁ କେହି କୌଣସି ଜିନିଷକୁ ନେଇ ଦୁଃଖୀ ହେଉ।

ଫିଲ୍ମ ରିଲିଜ୍ ପରେ ଅର୍ଜୁନ କହିଥିଲେ ଯେ ଶାହିଦ୍ ବହୁତ ଭଲ ଅଭିନେତା। ତାଙ୍କୁ ନେଇ ଫିଲ୍ମ କରିବା ଏକ ଭଲ ନିଷ୍ପତ୍ତି ଥିଲା। ସେ ଭଲ କାମ କରିଥିବାରୁ ଫିଲ୍ମଟି ଆଜି ଏତେ ମାତ୍ରାରେ ସଫଳତା ପାଇପାରିଛି।

ଏହାସହ ପଢନ୍ତୁ: ପ୍ୟାରିସ ଫ୍ୟାଶନ ଓ୍ଵିକ୍‌ରେ ଦର୍ଶକଙ୍କୁ ଆକୃଷ୍ଟ କଲେ ନୀଳନୟନା ଐଶ, ଝିଅ ଆରାଧ୍ୟା ମଧ୍ୟ ଆସିଲେ ନଜର

ଅର୍ଜୁନ୍ କପୁରଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଐତିହାସିକ ଫିଲ୍ମ ‘ପାନିପଥ’ରେ ଲିଡ୍ ରୋଲରେ ଦେଖିବାକୁ ମିଳିବ। ଆଶୁତୋଷ ଗୋୱାରିକରଙ୍କ ଏହି ଫିଲ୍ମରେ ଅର୍ଜୁନଙ୍କ ସହ କୃତି ସେନନ୍, ସଞ୍ଜୟ ଦତ୍ତ, ପଦ୍ମନୀ କୋହ୍ଲାପୁରୀ ଓ ଜିନତ୍ ଅମନ ମଧ୍ୟ ଅଛନ୍ତି। ଫିଲ୍ମଟି ଚଳିତ ବର୍ଷ ଡିସେମ୍ବରରେ ରିଲିଜ୍ ହେବ। ଏହା ବ୍ୟତୀତ ତାଙ୍କୁ ଦିବାକର ବାନାର୍ଜୀଙ୍କ ଫିଲ୍ମ ‘ସନ୍ଦୀପ ଓ ପିଙ୍କି ଫରାର୍’ରେ ପରିଣୀତି ଚୋପ୍ରାଙ୍କ ସହ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.