Below header

ଯାଜପୁରରେ ଏଟିଏମ କାଟି ୨୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ଯାଜପୁର ଟାଉନ: ଏଟିଏମ କାଟି ୨୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଘଟଣା ଘଟିଛି ଯାଜପୁର ସହରର ଅମ୍ବିକାଇ ଛକରେ । ଏଠାରେ ଥିବା ଷ୍ଟେଟ ବ୍ୟାଙ୍କର ଏଟିଏମରୁ ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତ ମାନେ ପଶି ସଂପୂର୍ଣ୍ଣ କଳାକନା ବୁଲାଇ ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ଗତକାଲି ଅପରାହ୍ନରେ ଏଟିଏମକୁ ଟଙ୍କା ଯୋଗାଣ କରୁଥିବା ସଂସ୍ଥା ଟି ଏସ ଆଇ ୨୮ ଲକ୍ଷ ଟଙ୍କା ଏଟିଏମ ରେ ଭର୍ତି କରିଥିଲେ । ସେଥିମଧ୍ୟରୁ ୩ ଲକ୍ଷ ଟଙ୍କା ଗ୍ରାହକ ମାନେ ଉଠାଇଥିବା ବେଳେ ବାକି ୨୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟେରା ଲୁଟି ନେଇଛନ୍ତି ।

atmଏଟିଏମ ଭିତରେ କୌଣସି ପେଶାଦାର ଅପରାଧି କଟର ସାହାଯ୍ୟରେ ମେସିନ କୁ କାଟି ଟଙ୍କା ଟ୍ରେ ନେଇ ଫେରାର ହୋଇଯାଇଛନ୍ତି । ରାସ୍ତାକଡରେ ଏହି ଏଟିଏମ କାଉଣ୍ଟର ହୋଇଥିଲେ ମଧ୍ଯ ଅପରାଧୀ ମାନେ ଏଟିଏମ ଭିତରୁ ସଟର ବନ୍ଦ କରି ଅପରାଧ ଘଟାଇବାରେ ସକ୍ଷମ ହୋଇଛନ୍ତି ।

ଖବର ପାଇ ଯାଜପୁର ଏସପି ଚରଣ ସିଂ ମିନା ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛନ୍ତି । ଏହାର ଅଧିକ ତଦନ୍ତ ପାଇଁ ସାଇଂଟିଫିକ୍ ଟିମର ସହାୟତା ଲୋଡିଛି ଯାଜପୁର ପୋଲିସ । ତେବେ ଏଟିଏମରେ କୌଣସି ସୁରକ୍ଷା କର୍ମୀ ରହୁନଥିବାରୁ ଏଭଳି ଅପରାଧ ବାରମ୍ବାର ହେଉଥିବା ଅଭିଯୋଗ ହୋଇଛି । ତେବେ ଏହାର ତଦନ୍ତ କରାଯାଇ ଖୁବ ଶିଘ୍ର ଅପରାଧୀ ମାନେ ଧରାପଡିବେ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.