ସରକାର ଛଅ ଲକ୍ଷ ଗରିବଙ୍କୁ ମାଗଣାରେ ଦେଲେ ୩୨ ଇଞ୍ଚ ଟିଭି ସେଟ୍‌, ଲୋକଙ୍କ ମଧ୍ୟରେ ଖୁସିର ଲହରୀ

ସାଧାରଣତଃ ନିର୍ବାଚନ ସମୟରେ ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ଅନେକ ପ୍ରକାରର ପ୍ରତିଶୃତି ଦିଆଯାଏ। ଲୋକମାନେ ଏହି ପ୍ରତିଶୃତିରେ ପ୍ରଲୋଭିତ ହୋଇ ସ୍ୱପ୍ନ ମଧ୍ୟ ଦେଖିବାକୁ ଲାଗନ୍ତି। କିନ୍ତୁ ଚୀନର କମ୍ୟୁନିଟୀ ସରକାର ପିପୁଲସ୍‌ ରିପବ୍ଲିକ ଅଫ୍‌ ଚାଇନା ନିର୍ବାଚନରେ ଦେଇଥିବା ପ୍ରତିଶୃତିକୁ ସତ କରି ଦେଖାଇଛନ୍ତି।

ନିଜ ଦେଶର ୬ ଲକ୍ଷ ୨୦ ହଜାର ଲୋକଙ୍କୁ ୩୨ ଇଞ୍ଚର ଟିଭି ମାଗଣାରେ ବଣ୍ଟନ କରିଛନ୍ତି।ପିପୁଲସ୍‌ ରିପବ୍ଲିକ ଅଫ୍‌ ଚାଇନା ଆଜି ନିଜ ଶାସନର ୭୦ତମ ବର୍ଷ ପାଳନ କରୁଛି। ଏହି ଅବସରରେ ଚୀନର ପିପୁଲସ୍‌ ଲିବରେସନ ଆର୍ମି ବିଜିଙ୍ଗରେ ପେରେଡ୍‌ ହେବ।

jinpingଏଥିରେ ୧୫ ହଜାର ସୈନିକ ଭାଗ ନେବେ। ଏହି ପେରେଡରେ ଚୀନ ନିଜର ୧୬୦ ବିମାନ, ୫୮୦ ଟ୍ୟାଙ୍କ୍‌ ଏବଂ ଅନ୍ୟ ହାତହତିଆରକୁ ମଧ୍ୟ ପ୍ରଦର୍ଶନ କରିବ। ଏହି ଅବସରରେ ହେଉଥିବା ପ୍ରଦର୍ଶନୀକୁ ଯେମିତି ସମସ୍ତେ ଦେଖିପାରିବେ ସେଥିପାଇଁ ସରକାର ଗରିବଙ୍କୁ ଟିଭି ବାଣ୍ଟିଛନ୍ତି।

ସୁରକ୍ଷାକୁ ଧ୍ୟାନରେ ରଖି ଏହି ଅବସରରେ ପକ୍ଷୀ, ସ୍କାଇ ଲାଲଟେନ ଉଡିବା ଉପରେ ଲଗାଯାଇଛି ପ୍ରତିବନ୍ଧ। ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ଏହି ଖାସ୍‌ ଅବସରରେ ଦେଶର ଜନତାକୁ ସମ୍ବୋଧିତ କରିବେ ଏବଂ ସରକାରଙ୍କରଉପଲବ୍ଧି ଜଣାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.