ଆପଣଙ୍କ ରୋଷେଇ ଘରେ ସରିଯାଇଛି କି ଏହି ୪ଟି ଜିନିଷ, ତୁରନ୍ତ ନେଇ ଆଣନ୍ତୁ, ନଚେତ ଲାଗିପାରେ ଘୋର ବାସ୍ତୁ ଦୋଷ

ବାସ୍ତୁରେ ଘରର ରୋଷେଇ ଘର ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହାକୁ ସବୁବେଳେ ଘରର ଦକ୍ଷିଣ-ପୂର୍ବ ଦିଗରେ ବନାଇବା ଉଚିତ। ଏହାସହିତ ରୋଷେଇ ଘରେ କିଛି ଜିନିଷ କଦାପି ସରିବାକୁ ଦେବା ଉଚିତ ନୁହେଁ। ଏହି ସବୁ ଜିନିଷ ଶେଷ ହୋଇଗଲେ ବାସ୍ତୁ ଦୋଷ ସୃଷ୍ଟି ହେବା ସହିତ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ତାହା କେଉଁ ସବୁ ଜିନିଷ।

chawal

୧. ଚାଉଳ

ଚାଉଳର ଶୁକ୍ର ଗ୍ରହ ସହ ସମ୍ବନ୍ଧ ରହିଥାଏ। ଘରେ ଏହା ମହଜୁଦ ଥିଲେ ଭୌତିକ ସୁଖ, ସୁବିଧା ମିଳିଥାଏ। ଅଳ୍ପ ଚାଉଳ ଆପଣ ନିଜ ଠାକୁର ଘରେ ରଖନ୍ତୁ। ଘରେ ଚାଉଳ ରଖିବା ବହୁତ ଶୁଭ ହୋଇଥାଏ। ପରିବାରର ସମସ୍ୟା ଦୂର ହୋଇ ଶାନ୍ତି ବାସ ହୋଇଥାଏ। ତେଣୁ ରୋଷେଇ ଘରେ ସବୁବେଳେ ଚାଉଳ ମହଜୁଦ ବା ଭରିକି ରଖନ୍ତୁ।

salt

୨. ଲୁଣ

ବାସ୍ତୁ ଅନୁସାରେ, ରୋଷେଇ ଘରେ ଲୁଣ ନ ଥିଲେ ଘୋର ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ପରିବାର ସଦସ୍ୟମାନେ କିଛି ଖରାପ ଅନୁଭବ କରିପାରନ୍ତି।

ata

୩. ଅଟା

ରୋଷେଇ ଘରେ ଅଟା ସରିବାକୁ ଦିଅନ୍ତୁ ନାହିଁ। ବାସ୍ତୁ ଅନୁସାରେ, ଯଦି ଅଟା ସରିଯାଏ, ତେବେ ବାସ୍ତୁ ଦୋଷ ଉତ୍ପନ୍ନ ହେବା ସହିତ ସମାଜରେ ମାନ, ସମ୍ମାନ ହାନି ହୋଇଥାଏ। ତେଣୁ ଅଟା ସରିବା ଆଗରୁ ଏହାକୁ କିଣି ଦିଅନ୍ତୁ।

haldi

୪. ହଳଦୀ

ହଳଦୀ ଏକ ଶୁଭ ଜିନିଷ। ଏହାକୁ ସମସ୍ତ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। କିନ୍ତୁ ଏହା ସରିଯିବା ଅଶୁଭ ହୋଇଥାଏ। ଏହାର ସମ୍ବନ୍ଧ ବୃହସ୍ପତି ଗ୍ରହ ସହିତ ରହିଛି। ଯଦି ଏହା ସରିଯାଏ, ତା’ହେଲେ ଗୁରୁ ଗ୍ରହର ଅଶୁଭ ପ୍ରଭାବ ପଡ଼ିପାରେ। ଏହାଦ୍ୱାରା କାରବାର, ଚାକିରିରେ ବାଧାବିଘ୍ନ ଆସିବା ସହିତ ଜୀବନରେ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏପରିକି କୁହାଯାଏ, ଏହାଦ୍ୱାରା ଆର୍ଥିକ କଷ୍ଟ ମଧ୍ୟ ସହିବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.