Below header

ଆପଣ କେବେ ମୁଲତାନି ମାଟି ମିଶ୍ରିତ ପାଣିରେ ଗାଧୋଇଛନ୍ତି କି, ଥରେ ଗାଧାନ୍ତୁ ଆଉ ନିଜେ ହିଁ ଅନୁଭବ କରନ୍ତୁ ଫରକ

ଆପଣ ମୁଲତାନି ମାଟିର କେତେକ ଫାଇଦା ବିଷୟରେ ଜାଣିଥିବେ। ଆଗ କାଳରେ ଲୋକେ ମୁଲତାନି ମାଟିକୁ ଆୟୁର୍ବେଦିକ ଉପଚାର ଭାବେ ଉପଯୋଗ କରୁଥିଲେ। ଚେହେରାର ଚମକ ପାଇଁ ଏହାକୁ ବ୍ୟବହାର କରୁଥିଲେ। କିନ୍ତୁ ଆପଣ ଜାଣିଛନ୍ତି କି, ମୁଲତାନି ମାଟିକୁ ଗାଧୋଇବା କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ? ହଁ, ଏଥିରେ ସ୍ନାନ କଲେ ଲୋମକୂପ ଖୋଲିଯାଇଥାଏ। ଆସନ୍ତୁ ଜାଣିବା ଏହାର ଅଜବ ଫାଇଦା ବିଷୟରେ।

multani

୧. ମୁଲତାନି ମାଟିକୁ ରଗଡ଼ି ଯେଉଁ ସ୍ନାନ କରାଯାଇଥାଏ, ତାହାର ଏକ ପ୍ରତିଶତ ବି ସାବୁନରେ ସ୍ନାନ କରିବାରେ ମିଳି ନ ଥାଏ।

୨. କେବଳ ମୁଲତାନି ମାଟି ନଚେତ ଏଥିରେ ଲେମ୍ବୁ, ବେସନ, ଦହି ଆଦି ମିଶାଇ ତାହାକୁ ଶରୀରରେ କିଛି ସମୟ ଲଗାଇ ରଖିଲେ ଗରମ ଏବଂ ପିତ୍ତଦୋଷରୁ ହେଉଥିବା ରୋଗକୁ ଏହା ଶୋଷି ନେଇଥାଏ। ଲଗାଇବାର କିଛି ସମୟ ପୂର୍ବରୁ ଏହି ଘୋଳକୁ ପ୍ରସ୍ତୁତ କରି ରଖିବେ।

multani2

୩. ନିଜ ବେଦ, ପୁରାଣରୁ ଲାଭ ଉଠାଇ ଜାପାନୀ ଲୋକେ ମୁଲତାନି ମାଟି ମିଶ୍ରିତ ଘୋଳରେ ଅଧ ଘଣ୍ଟା ଟବ ବାଥ କରିଥାନ୍ତି। ଏହାଦ୍ୱାରା ସେମାନଙ୍କର ତ୍ୱଚା ଏବଂ ପିତ୍ତ ସମ୍ବନ୍ଧୀୟ ଅନେକ ରୋଗ ଭଲ ହୋଇଯାଇଛି। ଆପଣ ମଧ୍ୟ ଏହାକୁ ପ୍ରୟୋଗ କରି ସ୍ୱାସ୍ଥ୍ୟ ଲାଭ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.