ଅଧିକ ଏସିଡିଟି ହୋଇପାରେ ହାର୍ଟ ଆଟାକର ସଙ୍କେତ: ଜାଣନ୍ତୁ ଉଭୟଙ୍କ ମଧ୍ୟରେ ଥିବା କନେକ୍ସନ

ଏସିଡିଟି ବେଳେ ବେଳେ ହାର୍ଟ ଆଟାକ୍‌ର ସଙ୍କେତ ମଧ୍ୟ ହୋଇପାରେ । ଯଦିଓ ଏହା ଏକ ନିଶ୍ଚିତ ଲକ୍ଷଣ ନୁହେଁ, କିନ୍ତୁ ଏହା ଆମ ଛାତିରେ ସମସ୍ୟା ସୃଷ୍ଟି କରିପାରେ ।

ଖାଦ୍ୟ ହଜମ କରିବା ପାଇଁ ଆମକୁ ଏସିଡ୍‌ର ଆବଶ୍ୟକତା ହୋଇଥାଏ । କିନ୍ତୁ ଯଦି ଏହାର ମାତ୍ରା ବଢିଯାଏ, ଏହା ଆମ ସମ୍ପୂର୍ଣ୍ଣ ପାଚନତନ୍ତ୍ରକୁ ଅସୁବିଧାରେ ପକାଇପାରେ । ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ, ଚର୍ବିଯୁକ୍ତ ଖାଦ୍ୟ ଓ ଅତ୍ୟଧିକ ଖାଇବା ପରେ ତୁରନ୍ତ ଶୋଇଲେ ଏସିଡିଟି ହୋଇଥାଏ । ଧୁମ୍ରପାନ, ମଦ୍ୟପାନ ଏବଂ ମୋଟାପଣ ଯୋଗୁଁ ଏସିଡିଟି ହେବାର ସମ୍ଭାବନା ବଢିପାରେ ।

ମୋଟାପଣ ଯୋଗୁଁ ପେଟ ଛାତିରେ ଲାଗିଗଲେ ଏସିଡ୍‌ ରିପ୍ଲକ୍ସ ହୋଇଥାଏ । ଗର୍ଭାବସ୍ଥାରେ ହରମୋନ ଚେଞ୍ଜ ଏବଂ ପେଟ ଉପରେ ଚାପ ପଡିବା ଦ୍ୱାରା ମଧ୍ୟ ଏସିଡ୍‌ ରିପ୍ଲକ୍ସ ହୋଇଥାଏ । ଆସ୍‌ପ୍ରିନ, ଇବୁପ୍ରୋଫେନ, ମାଂସପେଶୀକୁ ଆରାମ ଦେଉଥିବା ମେଡିସିନ୍‌ ଏବଂ ବ୍ଲଡ ପ୍ରେସର ମେଡିସିନ୍‌ ଇସୋଫଗେଲ ସ୍ଫିନକ୍ଟର(LES) କୁ ଆରାମ ଦେଇଥାଏ ଏବଂ ଏସିଡ ପୁଣିଥରେ ଇସୋଫଗସକୁ ସଞ୍ଚାଳିତ କରିଥାଏ । ଅତ୍ୟଧିକ ଚିନ୍ତା କାରଣରୁ ମଧ୍ୟ ଏସିଡିଟି ହୋଇଥାଏ ।

ଚକୋଲେଟ, ଟମାଟ, ପିଆଜ, କାଫେନ, ଖଟା ଫଳ ଏବଂ ପୁଦିନା ଆଦି ଏସିଡ୍‌ କମ୍‌ କରିବାରେ ସାହାଯ୍ୟ କରିଥାଏ । ଖାଇବା ପରେ ତୁରନ୍ତ ଶୋଇବା ଦ୍ୱାରା ଏସିଡିଟି ବଢିଥାଏ । ଟାଇଟ୍‌ ବେଲ୍ଟ କିମ୍ବା ପୋଷାକ ପିନ୍ଧିବା ଦ୍ୱାରା ପେଟ ଉପରେ ପ୍ରେସର ପଡେ ଯାହା ଏସିଡ୍‌ ରିପ୍ଲକ୍ସ ବଢାଇଥାଏ । ଏସିଡିଟି ବେଳେ ବେଳେ ହାର୍ଟ ଆଟାକ୍‌ର ସଙ୍କେତ ମଧ୍ୟ ହୋଇପାରେ । ଯଦିଓ ଏହା ଏକ ନିଶ୍ଚିତ ଲକ୍ଷଣ ନୁହେଁ । କିନ୍ତୁ ବିଶେଷକରି ମହିଳାମାନଙ୍କର ହାର୍ଟ ଆଟାକ୍‌ ହେବା ପୂର୍ବରୁ ଜଳନ ଏବଂ ବଦହଜମୀ ହୋଇଥାଏ । ଏପରି ସମୟରେ ହାର୍ଟ ଆଟାକ୍‌ର ଲକ୍ଷଣ ଜଣାପଡିନଥାଏ । ଏସିଡିଟି ଛାତିରେ ସମସ୍ୟା ସୃଷ୍ଟି କରିପାରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ହୃଦ ରୋଗ (CBD)ରେ ସମଗ୍ର ବିଶ୍ୱରେ ମୃତ୍ୟୁର ପ୍ରମୁଖ କାରଣ ଅଟେ। ଯେଉଁଥିପାଇଁ ପ୍ରତିବର୍ଷ ୧.୭୯ କୋଟି ଲୋକ ମୃତ୍ୟୁବରଣ କରିଥାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା କହିଛି ଯେ ପାଞ୍ଚଟି ସିବିଡିର ମୃତ୍ୟୁରେ ଚାରିଜଣ ଲୋକଙ୍କ ମୃତ୍ୟୁ ହୃଦଘାତ ଏବଂ ଷ୍ଟ୍ରୋକ୍ କାରଣରୁ ହୋଇଥାଏ। ଏଥି ମଧ୍ୟରୁ ଏକ ତୃତୀୟାଂଶ ୭୦ ବର୍ଷରୁ କମ୍ ଲୋକଙ୍କୁ ହୋଇଥାଏ। ଷ୍ଟାଟସ୍ପର୍ଲସ୍ ଅନୁଯାୟୀ ଗ୍ୟାଷ୍ଟ୍ରୋସୋଫଗେଲ ରିଫ୍ଲକ୍ସ ରୋଗ (GERD) ଭାବରେ ମଧ୍ୟ ଜଣାଶୁଣା। ଏହା ପାଶ୍ଚାତ୍ୟ ସଂସ୍କୃତିର ପ୍ରାୟ ୨୦% ଯୁବାପିଢ଼ିଙ୍କ ଠାରେ ଦେଖାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.