୧୦୧ କୋଟି ଟଙ୍କାର ମାଲିକ କିନ୍ତୁ ସାଧାସିଧା ଜୀବନ, ବିଭିନ୍ନ ଜାଗାରେ ରହିଛି କୋଟି କୋଟି ସେୟାର

ଧନଦୌଲତ ଏତେ ଥାଇ ବି ଏକଦମ ସରଳ ଜୀବନଯାପନ କରୁଛନ୍ତି ଏ ବ୍ୟକ୍ତି ଜଣକ । ତାଙ୍କର ଏଇ ସାଧାସିଧା ଜୀବନ ତାଙ୍କୁ ଟାଣିଆଣିଛି ଚର୍ଚ୍ଚାର ପରିସରକୁ ।

ଏ ବ୍ୟକ୍ତିଙ୍କ ପାଖରେ ରହିଛି ୧୦୧ କୋଟି ଟଙ୍କା । କିନ୍ତୁ ତାଙ୍କ ପୋଷାକ ପରିଧାନ ଓ ଜୀବନଶୈଳୀ ଭାରି ସାଧାସିଧା । ଧନଦୌଲତ ଏତେ ଥାଇ ବି ଏକଦମ ସରଳ ଜୀବନଯାପନ କରୁଛନ୍ତି ଏ ବ୍ୟକ୍ତି ଜଣକ । ତାଙ୍କର ଏଇ ସାଧାସିଧା ଜୀବନ ତାଙ୍କୁ ଟାଣିଆଣିଛି ଚର୍ଚ୍ଚାର ପରିସରକୁ । ଏ ବୟସ୍କ ବ୍ୟକ୍ତି ଜଣଙ୍କୁ ଦେଖିଲେ ଜାଣି ହେବନି ଯେ ୟାଙ୍କ ପାଖରେ ଧନସମ୍ପତ୍ତି ଥିବ ବୋଲି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏ ବୃଦ୍ଧ ବ୍ୟକ୍ତିଙ୍କ ସମ୍ପତ୍ତି ୧୦୦ କୋଟିରୁ ଅଧିକ । ହେଲେ ୟାଙ୍କ ଅତି ସରଳ ନିରାଡମ୍ବର ଜୀବନ ଶୈଳୀ ଦେଖି କେହିବି ଏକଥା ବିଶ୍ୱାସ କରିପାରନ୍ତିନି । କେହି ଭାବିବେନି ଯେ ସେ ଜଣେ ବହୁତ ବଡ଼ ଧନୀ ବ୍ୟକ୍ତି। ପୁଙ୍ଗୁଳା ଶରୀର। କେବଳ ଏକ ହାପ୍ ପ୍ୟାଣ୍ଟ୍‌ ପିନ୍ଧିଛନ୍ତି। ହସ ହସ ମୁହଁ। ବେକରେ ମାଳି ଓ ଦେହରେ ପଇତା। ଧନୀ ହୋଇ ମଧ୍ୟ ଅତ୍ୟନ୍ତ ନିରାଡ଼ମ୍ବର ଜୀବନଯାପନ କରୁଥିବା ଏହି ବୃଦ୍ଧଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ତାଙ୍କ ପାଖରେ ୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। କିନ୍ତୁ ଗାଁରେ ସେ ଜଣେ ଅତି ସାଧାରଣ ଲୋକ ଭଳି ଜୀବନ ବିତାଉଛନ୍ତି।

ତାଙ୍କ ପରିଚୟ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ। ଜଣେ ଟ୍ଵିଟର ୟୁଜର ରାଜୀବ ମେହତା ତାଙ୍କ ସହ ହୋଇଥିବା ବାର୍ତ୍ତାଳାପର ଭିଡିଓ ସେୟାର କରିବା ପରେ ତାଙ୍କ ବିଷୟ‌ରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିବେଶ କରିବାରେ ତାଙ୍କର ବିଚକ୍ଷଣ ବୁଦ୍ଧି ରହିଛି। ‌ତାଙ୍କର ଏଲ୍‌ଆଣ୍ଡ୍‌ଟିରେ ୮୦ କୋଟି ଟଙ୍କା, ଅଲ୍ଟ୍ରାଟେକ୍‌ ସିମେଣ୍ଟରେ ୨୧ କୋଟି ଟଙ୍କା ଏବଂ କର୍ଣ୍ଣାଟକ ବ୍ୟାଙ୍କରେ କୋଟିଏ ଟଙ୍କାର ସେୟାର ରହିଛି। ତଥାପି ଅତି ସାଧାରଣ ଜୀବନ ବିତାଉଛନ୍ତି ଏହି ବ୍ୟକ୍ତି ଜଣଙ୍କ । ଏହି ଭିଡିଓକୁ ଟ୍ଵିଟରରେ ଏବେ ପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ଥର ଦେଖିସାରିଲେଣି ଳୋକେ । ଯେଉଁଥିରେ ଅନେକରେ ଭିନ୍ନ ଭିନ୍ନ କମେଣ୍ଟସ ଆସୁଛି ।

ବର୍ଷକୁ ସେ ଲାଭାଂଶ ବାବଦରେ ୬ ଲକ୍ଷ ଟଙ୍କା ପାଉଛନ୍ତି। ତାଙ୍କ ଜୀବନ କାହାଣୀକୁ ନେଇ ଇଣ୍ଟରନେଟ୍‌ ଜଗତ ଦୁଇ ଭାଗ ହୋଇଯାଇଛି। କିଛି ଲୋକ ତାଙ୍କ ସରଳ ଜୀବନଶୈଳୀକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ କହିଛନ୍ତି ଯେ ଏତେ ସମ୍ପତ୍ତି ଥାଇ ଯଦି ତାହାକୁ ଉପଭୋଗ କରାନଯିବ ତେବେ ତାହାର କ’ଣ ମୂଲ୍ୟ। ଏହି ବୃଦ୍ଧଙ୍କ ଭିଡିଓକୁ ସୋସିଆଲ ମିଡିଆରେ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଧନ ଥାଇ ଏଭଳି ଜୀବନଯାପନକୁ ନେଇ ବିତର୍କ ଜାରି ରହିଛି। ସେଥି‌ରେ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ମତ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.