ପ୍ରଧାନମନ୍ତ୍ରୀଙ୍କୁ ଚା’ ଓ ସ୍ୟାଣ୍ଡ୍ଓ୍ଵିଚ୍ ଦେଲା ରୋବୋଟ୍, ସାଇନ୍ସ ସିଟିରେ ରୋବୋଟିକ୍ସ ପ୍ରଦର୍ଶନୀ ବୁଲି ଦେଖିଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଫଟୋରେ ଏକ ରୋବୋଟ୍ ମୋଦିଙ୍କୁ ଚା’ ଓ ସ୍ୟାଣ୍ଡଓ୍ଵିଚ୍ ପରସୁଥିବା ଦେଖିବାକୁ ମିଳୁଛି। ଫଟୋଟି ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟିର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଫଟୋରେ ଏକ ରୋବୋଟ୍ ମୋଦିଙ୍କୁ ଚା’ ଓ ସ୍ୟାଣ୍ଡଓ୍ଵିଚ୍ ପରସୁଥିବା ଦେଖିବାକୁ ମିଳୁଛି। ଫଟୋଟି ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟିର। ଏଠାରେ ଆୟୋଜିତ ରୋବୋଟିକ୍ସ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଯାଇଥିଲେ।
ବୁଧବାର ଗୁଜରାଟ ଗସ୍ତରେ ଥିବା ମୋଦି ରୋବୋଟିକ୍ସ ଗ୍ୟାଲେରୀରେ ରୋବୋଟ୍ ତରଫରୁ ପରସା ଯାଇଥିବା ଚା’ର ମଜା ନେଇଥିଲେ। ଏହି ଗ୍ୟାଲେରୀରେ ଡିଆର୍ଡିଓ ରୋବୋଟ୍, ମାଇକ୍ରୋବଟ୍ସ, କୃଷି ରୋବୋଟ୍, ମେଡିକାଲ ରୋବୋଟ୍, ସ୍ପେସ୍ ରୋବୋଟ୍ ସହ ବହୁତ କିଛି ପ୍ରଦର୍ଶିତ ହୋଇଥିଲା।
ପ୍ରଧାନମନ୍ତ୍ରୀ ମୋଦି ନିଜ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଲେଖିଛନ୍ତି, ଏହି ଆକର୍ଷଣ ପ୍ରଦର୍ଶନୀ ମାଧ୍ୟମରେ ସ୍ୱାସ୍ଥ୍ୟସେବା, ଉତ୍ପାଦନ ଏବଂ ଦୈନନ୍ଦିନ ଜୀବନରେ ରୋବୋଟିକ୍ସର ପରିବର୍ତ୍ତନଶୀଳ ଶକ୍ତି ସ୍ପଷ୍ଟ ରୂପେ ଦେଖାଯାଉଛି।
ପିଏମ୍ଙ୍କ ସହ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ମଧ୍ୟ ଥିଲେ। ସାଇନ୍ସ ସିଟି ୨୦ ଏକର ଜମିରେ ପରିବ୍ୟାପ୍ତ ଏକ ପାର୍କ। ଏଥିରେ ନେଚର ପାର୍କ, ସାଇନ୍ସ ସିଟି, ମିଷ୍ଟ୍ ବାମ୍ବୁ ଟନେଲ୍, ଅକ୍ସିଜେନ୍ ପାର୍କ, ବଟରଫ୍ଲାଏ ଗାର୍ଡେନ ଏବଂ କଲର୍ ଗାର୍ଡେନ୍ ରହିଛି। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏ ସମସ୍ତ ଜାଗା ବୁଲି ଦେଖିଥିଲେ।