ସ୍ପା ସେଣ୍ଟର ମାଲିକ ହଠାତ ଆସି ମହିଳାଙ୍କୁ ମାରିଲେ ଚାପୁଡ଼ା , ଅହମ୍ମଦାବାଦର ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି

ଏବେ ଯେଉଁ ଭିଡିଓଟି ଟ୍ଵିଟରରେ ଭାଇରାଲ ହେଉଛି, ତାହାକୁ ଦେଖିଲେ ମାନବିକତା ନାହିଁ ବୋଲି କହିବେ । ତେବେ ଏହି ଭିଡିଓଟିରେ ଜଣେ ଲୋକ କିପରି ଜଣେ ମହିଳକୁ ପିଟୁଛି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।

ବର୍ତ୍ତମାନ ଏବେ ପ୍ରାୟତଃ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ଦେଖିବା ପାଇଁ ମିଳୁଛି । ହେଲେ ଏବେ ଯେଉଁ ଭିଡିଓଟି ଟ୍ଵିଟରରେ ଭାଇରାଲ ହେଉଛି, ତାହାକୁ ଦେଖିଲେ ମାନବିକତା ନାହିଁ ବୋଲି କହିବେ । ତେବେ ଏହି ଭିଡିଓଟିରେ ଜଣେ ଲୋକ କିପରି ଜଣେ ମହିଳକୁ ପିଟୁଛି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ମୁତାବକ୍‌, ଭିଡିଓଟି ଅହମ୍ମଦାବାଦର ପୋସ୍‌ ଅଞ୍ଚଳ ସିନ୍ଧୁ ଭବନ ରୋଡରେ ଥିବା ଏକ ସ୍ପା ସେଣ୍ଟରରୁ ଭାଇରାଲ ହୋଇଛି ।

ଭିଡିଓରେ ଦେଖା ଯାଉଥିବା ମହିଳା ନାଗାଲାଣ୍ଡର, ସେ ସେହି ସ୍ପା ସେଣ୍ଟରରେ କାମ କରନ୍ତି । ତେବେ ଭିଡିଓଟି ଭାଇରାଲ ହେବା ପରେ ପୋଲିସ ସେହି ସ୍ଥାନରେ ପହଞ୍ଚିଛି । ଏହାପରେ ମହିଳା ପୋଲିସଙ୍କ ଦ୍ୱାରା ସେହି ମହିଳାଙ୍କୁ କାଉଁସିଲିଂ କରାଯାଉଛି । ଚାରି ମିନିଟ୍‌ର ଏହି ଭିଡିଓରେ ଆପଣମାନେ ଦେଖି ପାରିବେ ଯେ ସ୍ପାର ମାଲିକ କିପରି ନିର୍ଦୟ ଭାବେ ମହିଳାଙ୍କୁ ମାରୁଛି ।

ଭିଡିଓରେ ଦେଖିବା ପାଇଁ ମିଳିଛି ଯେ ସ୍ପାର ମାଲିକ ଥରେ ମହିଳାଙ୍କୁ ମାରିବା ପରେ, ବାରମ୍ବାର ପିଟୁଛନ୍ତି । ନିର୍ଦୟ ମାଲିକ କେବେ ମହିଳାଙ୍କ କେଶ ଟାଣୁଛନ୍ତି ତ ଆଉ କେବେ ଘୋସାଡିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସମୟରେ ମିଳିହା ଜଣକ ନିଜକୁ ବଞ୍ଚାଇବା ପାଇଁ ସ୍ପାର ମାଲିକଙ୍କୁ ଧକା ଦେବାକୁ ପ୍ରୟାସ କରୁଛନ୍ତି ।

ଭିଡିଓରେ ସ୍ପାର ମାଲିକଙ୍କ ସହ ଆଉ ଜଣ ବ୍ୟକ୍ତି ମଧ୍ୟ ନଜର ଆସିଛି, ଯିଏ ମହିଳାଙ୍କୁ ସପ୍‌ ଭିତରକୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସବୁ ମଧ୍ୟରେ ବିଚାରି ମହିଳା ନିଜକୁ ବଞ୍ଚାଇ ସେଠାରୁ ଖସି ଯିବା ପାଇଁ ପ୍ରୟାସ କରୁଛି ।

ତେବେ ମହିଳା ସେଠାରୁ ଖସି ଆସି ବୋଡୋକଦେବ ପୋଲିସ ଷ୍ଟେସନରେ ଆଇପିସି ଧାରା ୩୫୪A. ୨୯୪(b).୩୨୩ ରେ ମାଲିକ ବିରୁଧରେ ମାମାଲା ରୁଜୁ କରିଛି । ଏହି ଘଟଣା ସେପ୍ଟେମ୍ୱର ୨୫ ସୋମବାର ଘଟିଥିଲା । ସୂଚନା ଅନୁସାରେ, ସେହି ମହିଳା ଜଣକ ସ୍ପା ମାଲକର ବିଜନେସ୍‌ ପାର୍ଟନର ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.