ଶୀଘ୍ର ଓଜନ ବଢ଼ାଇବାକୁ ଚାହୁଁଛନ୍ତି କି? ଆଜି ହିଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୬ଟି ଖାଦ୍ୟ

ଆଜିର ମର୍ଡନ ଯୁଗରେ କେବଳ ଓଜନ ହ୍ରାସ କରିବା ଫ୍ୟାଶନେବୁଲ୍‌ ନୁହେଁ, ବରଂ ଓଜନ ବୃଦ୍ଧି ଘଟାଇବା ବି ଏକ ସାଧାରଣ କଥା ପାଲଟିଗଲାଣି। ପୁରୁଷଙ୍କଠାରୁ ଆରମ୍ଭ କରି ମହିଳାଙ୍କ ପଯ୍ୟର୍ନ୍ତ, ସମସ୍ତେ ନିଜର ଓଜନ ବଢ଼ାଇବାକୁ ଚାହୁଁଛନ୍ତି। ଆଜିକାଲି ହେଲଦି ବଡି ମଧ୍ୟ ଏକ ପରଫେକ୍ଟ ଲୁକ୍‌ ଦେଉଛି। ଏହାକୁ ନଜରରେ ରଖି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି, ଘରେ ଉପଲବ୍ଧ ଥିବା କିଛି ଖାଦ୍ୟ ଜିନିଷକୁ ନିୟମିତ ଖାଇଲେ, ଖୁବ୍‌ କମ୍‌ ଦିନରେ ଆପଣ କିପରି ଫରକ୍‌ ଅନୁଭବ କରିପାରିବେ। ତା’ହେଲେ ଆସନ୍ତୁ ଜାଣିବା, କ’ଣ ସେହି ଖାଦ୍ୟ ସାମଗ୍ରୀ, ଯାହାକି ଆପଣଙ୍କୁ ମୋଟା ହେବାରେ ସାହାଯ୍ୟ କରିବ।

sp1

ଗଜା

ପ୍ରତ୍ୟେକ ଦିନ ଗଜା ଖାଇବାରେ ଶୀଘ୍ର ଓଜନ ବଢ଼ିଥାଏ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍‌, କ୍ୟାଲସିୟମ୍‌, ଆଇରନ୍‌ ସହ କେତେକ ଭିଟାମିନ୍‌ ରହିଛି, ଯାହାକି ମାଂସପେଶୀକୁ ମଜଭୁତ୍‌ କରିବା ସାଙ୍ଗକୁ ଓଜନ ବୃଦ୍ଧି ଘଟାଇଥାଏ। ଆପଣ ଚାହିଁଲେ କଳାବୁଟ, ମୁଗଡାଲି, ସୋୟାବିନ୍‌ ଏବଂ ଗହମ ମଧ୍ୟ ନେଇପାରିବେ। ସ୍ୱାଦକୁ ଆହୁରି ଭଲ କରିବା ପାଇଁ ଏଥିରେ ପିଆଜ, ଟମାଟର, କଞ୍ଚା ଲଙ୍କା ଓ ଧନିଆ ପତ୍ର ପକେଇ ଖାଇପାରିବେ।

milk

କ୍ଷୀର ଏବଂ କଦଳୀ

ଓଜନ ବୃଦ୍ଧି ପାଇଁ କ୍ଷୀର ଏବଂ କଦଳୀ ବହୁତ ଲାଭଦାୟକ ହୋଇଥାଏ। ଆପଣ ଏହାକୁ ଅଲଗା ଅଲଗା କିମ୍ବା ଏକାଠି କରି ଖାଇପାରିବେ। ଯଦି ଆପଣ କ୍ଷୀରରେ କଦଳୀ ପେଣ୍ଟି ଖାଇବେ, ତା’ହେଲେ ଆପଣଙ୍କ ଶରୀରକୁ ଏହା ସବଳ କରିବ। ଏହା ଖାଇବାରେ ଶରୀରକୁ ଶକ୍ତି ମିଳିଥାଏ।

ଏହାସହ ପଢ଼ନ୍ତୁ: ଲୁଣ ଛଡ଼ା ଏହି ସବୁ ଜିନିଷରୁ ବି ମିଳିଥାଏ ଭରପୂର ମାତ୍ରାରେ ଆୟୋଡିନ

soup

ସୋୟାବିନ୍‌ ସୁପ୍‌

ସୋୟାବିନ୍‌ ସୁପ୍‌ ଖାଉଥିବା ଲୋକ ଅଧିକ ବଳବାନ୍‌ ହୋଇଥାଆନ୍ତି। ଏଥିରେ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଛି। ଯଦି ଆପଣ ଓଜନ ବଢ଼ାଇବାକୁ ଚାହୁଁଛନ୍ତି, ତା’ହେଲେ ଏହାର ସ୍ୱାଦ ବିଷୟରେ ନ ଭାବି ପ୍ରତିଦିନ ସନ୍ଧ୍ୟାରେ ସୋୟାବିନ୍‌ ସୁପ୍‌ ପିଅନ୍ତୁ। ଏହା ଓଜନ ବଢ଼ାଇବା ସହିତ ଶରୀରକୁ ଶକ୍ତି ପ୍ରଦାନ କରିଥାଏ।

ବାଦାମ ଏବଂ ଚିନାବାଦାମ ବଟର

ଓଜନ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣଙ୍କ ଡାଏଟରେ ବାଦାମ ଏବଂ ଚିନାବାଦାମ ବଟର ନିଶ୍ଚୟ ସାମିଲ କରନ୍ତୁ। କହି ରଖୁଛୁ କି, କେବଳ ଗୋଟିଏ ମୁଠା ବାଦାମରେ ୭ ଗ୍ରାମ ପ୍ରୋଟିନ୍‌ ଏବଂ ୮ ଗ୍ରାମ ହେଲଦି ଫ୍ୟାଟସ୍‌ ରହିଛି। ଏଥିରେ ଅଧିକ କ୍ୟାଲୋରୀ ରହିଛି।

rice2

ଭାତ

ଭାତ ସହଜରେ ଉପଲବ୍ଧ ହେଉଥିବା ଏବଂ କମ୍‌ ଦାମ୍‌ଯୁକ୍ତ କାର୍ବୋହାଇଡ୍ରେଟ୍‌ ସୋର୍ସ ଅଟେ। କେବଳ ଗୋଟିଏ କପ୍‌ ଭାତରେ ୧୯୦ କ୍ୟାଲୋରୀ, ୩ ଗ୍ରାମ କାର୍ବୋହାଇଡ୍ରେଟ୍‌ ଏବଂ ବହୁତ କମ୍‌ ମାତ୍ରାରେ ଫ୍ୟାଟ୍‌ ମହଜୁଦ୍‌ ରହିଥାଏ। ଭାତ କ୍ୟାଲୋରୀରେ ଭରପୂର ଥାଏ। ଯଦି ଆପଣଙ୍କୁ କମ୍‌ ଭୋକ ଲାଗୁଥାଏ, ତା’ହେଲେ ଭାତ ଖାଇବା ଦ୍ୱାରା ଭୋକ ମଧ୍ୟ ବଢ଼ିଥାଏ।

choco

ଡାର୍କ ଚକୋଲେଟ୍‌

ଡାର୍କ ଚକୋଲେଟରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହାକି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷଜ୍ଞଙ୍କ କହିବା ହେଲା, ଯେଉଁ ଡାର୍କ ଚକୋଲେଟରେ କୋକୋଆର ମାତ୍ରା ୭୦ ପ୍ରତିଶତ ରହିଥାଏ, ତାହା ସ୍ୱାସ୍ଥ୍ୟ ପାଇଁ ଅଧିକ ଫାଇଦା ଆଣିଥାଏ। ଏଥିରେ ବି କ୍ୟାଲୋରୀ ଅଧିକ ମାତ୍ରାରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.