କରୋନାରୁ ସୁସ୍ଥ ହେବା ପରେ ବି ଶରୀର ଉପରେ ରଖନ୍ତୁ ନଜର, ପୋଷ୍ଟ କୋଭିଡ ଲକ୍ଷଣକୁ ଅଣଦେଖା କରିବା ପଡ଼ିପାରେ ଭାରି

କରୋନାରୁ ସୁସ୍ଥ ହେବା ଏକ ଯୁଦ୍ଧ ଜିତିବା ସହ ସମାନ। ଏହି ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ଏବେ ବି ହସ୍ପିଟାଲରେ ଜୀବନ ପାଇଁ ଲଢ଼ୁଛନ୍ତି। ତେବେ କରୋନାରୁ ସୁସ୍ଥ ହେବା ପରେ ବି ଆପଣ ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହେଁ। ଯଦି କୌଣସି ପୁରୁଣା ରୋଗ କିମ୍ବା ଅନ୍ୟ ସମସ୍ୟା ଥାଏ, ତେବେ ସୁସ୍ଥ ହେବା ପରେ ତାହା ଲେଉଥିବା ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା ପୋଷ୍ଟ କୋଭିଡ ଲକ୍ଷଣ ସବୁ କଣ, ଯାହାକୁ ଆପଣ ଅଣଦେଖା କରିବା ଅନୁଚିତ…

କରୋନାରୁ ସୁସ୍ଥ ହେବା ପରେ ଅନେକ ଲୋକଙ୍କ ଠାରେ ମୁଣ୍ଡ ବିନ୍ଧା, ଥକାପଣ ଆଦି ସମସ୍ୟା ଦେଖାଯାଉଛି। ଏହାର କାରଣ ହେଉଛି ଭାଇରସ ମସଅଲସ ଫାଇଭରକୁ ନଷ୍ଟ କରିଦେଇଥାଏ। ଫଳରେ ଏସବୁ ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇଁ ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ ଓ ବ୍ୟାୟାମ କରନ୍ତୁ।

ଆଉ କିଛି ଲୋକଙ୍କର ନିଃଶ୍ୱାସ ନେବାରେ ସମସ୍ୟା ଉପୁଜେ। ଏହାର କାରଣ ହେଉଛି ଶରୀରରେ ଅକ୍ସିଜେନ ଲେବଲ ଠିକ ନ ରହିବା। ଏଥିପାଇଁ ପ୍ରତିଦିନ ଏକ୍ସରସାଇକ କରନ୍ତୁ।

କାଶ, ଛିଙ୍କ ହେବା ବି ଏକ ପୋଷ୍ଟ କୋଭିଡ ଲକ୍ଷଣ।

କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଦ ଫୁଲିବା ଭଳି ସମସ୍ୟା ହେଉଛି।

ନିଦ ନ ହେବା ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ିବା ବି କରୋନା ପରେ ଦେଖାଯାଉଥିବା ଲକ୍ଷଣ। ଯାହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ଯଦି ଅଧିକ ସମସ୍ୟା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.